କନ୍ଧମାଳରେ ମହିଳାଙ୍କ ପାଇଁ ସୁରକ୍ଷା; ଫୁଲବାଣୀରେ ସୁକନ୍ୟା ଶକ୍ତି ସଂଗଠନ ଉଦଘାଟିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ମହିଳାମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାରକୁ ରୋକିବା ପାଇଁ କାର୍ଯ୍ୟ କରୁଥିବା ସୁକନ୍ୟା ଶକ୍ତି ସଂଗଠନର ଜିଲା ଶାଖା କାର୍ଯ୍ୟାଳୟ ଆଜି ଫୁଲବାଣୀ ସ୍ଥିତ ଅରବିନ୍ଦ ନଗରଠାରେ ଉଦଘାଟିତ ହୋଇଯାଇଛି । ସଂଗଠନର ମୁଖ୍ୟ କାର୍ଯାଳୟ ବରଗଡ଼ଠାରେ ଥିବା ବେଳେ ଆଜି ସଂଗଠନର ଅଧ୍ୟକ୍ଷ ରୋହିତ କୁମ୍ଭାର ଏହାକୁ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପସଭାପତି ଓ ସଂପାଦକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଂଗଠନ ଦ୍ୱାରା ଗରୀବ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ବୃଦ୍ଧି କରିବା ସହିତ ବିଭିନ୍ନ ସମୟରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ରୋକିବା ଦିଗରେ କାର୍ଯ୍ୟ କରିବ ବୋଲି ଜିଲା ସଂଯୋଜକ ପ୍ରକାଶ କରିଛନ୍ତି । ସମଗ୍ର ଜିଲାରେ ଏହି ସଂଗଠନର ୩୬ ଜଣ କର୍ମକର୍ତ୍ତା ନିୟୋଜିତ ହୋଇଥିବା ଜିଲା ଦାୟିତ୍ୱରେ ଥିବା ନିଳାଦ୍ରୀ ବିହାରୀ ମହାକୁଡ଼ ପ୍ରକାଶ କରିଥିଲେ । ଆଜି ଫୁଲବାଣୀଠାରେ ଉଦ୍‍ଘାଟନ କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଳକ ସଭାପତି ଜୋଷ୍ଚାମୟୀ ମିଶ୍ର , ବ୍ଳକ ସୁପରଭାଇଜର ହେମନ୍ତ ନାୟକ, ଫିରିଙ୍ଗିଆ ବ୍ଳକ ସଭାପତି ସସ୍ମିତା ସାହାଣୀ, ସଂପାଦିକା ମଧୁସ୍ମିତା ନାୟକଙ୍କ ସମେତ ପ୍ରତ୍ୟେକ ବ୍ଳକର ସଭାପତି ଓ ସଂପାଦକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ