କନ୍ୟାଯାତ୍ରୀ ବସରେ ଯାଉଥିବା ବେଳେ ଛିଡିଲା ୧୧କେଭି ବିଦ୍ୟୁତ ଲାଇନ ଜଣେ ମୃତ୍ୟୁ : ହେଲପର ଆହତ
ଗଂଜାମ, (ବିନୋଦ ପଲାଇ) :-କନ୍ୟାଯାତ୍ରୀ ଦଳକୁ ନେଇ ଯାଉଥିବା ଏକ ବସଉପରେ ୧୧କେଭି ବିଦ୍ୟୁତ ତାର ଛିଡି ପଡିବା ଫଳରେ ଜଣେ ମୃତ୍ୟୁ ହୋଇଥିବା ବେକେ, ହେଲପର ଗୁରୁତର ହୋଇପଡ଼ିଛି । ଅନ୍ୟପଟେ ୬୦ ଜଣ ଯାତ୍ରୀ ଶୋଭାଗ୍ୟ ବଶତଃ ବଞ୍ଚିଯାଇଥିବା ଦେଖାଯାଇଛି । ଏହି ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ଅନ୍ତର୍ଗତ ବି.ଟି ନୂଆଁ ଗ୍ରାମରେ । ରମ୍ଭା ଥାନା ଅନ୍ତର୍ଗତ ଝାରେଡି ରାଧାଅଗୋବିନ୍ଦପୁର ପଞ୍ଚାୟତର ବି.ଟି.ନୂଆଁଗ୍ରାମର ପୂର୍ଣ୍ଣନାହାକଙ୍କ ଝିଅର ବାହାଘର ନଅ ତାରିଖରେ ଭଞ୍ଜନଗର ଗ୍ରାମରେ ହୋଇଥିବା ବେଳେ, ଆଜି ଭାର ଦେବା ପାଇଁ ଝିଅ ଘରକୁ ମା ଶାରଳା ବସରେ (OR04J5591) ଯାଉଥିଲେ । ନିଜ ଗ୍ରାମ ମଝିରେ ଏକ ଗଛ ଡାଳ ବସରେ ଲାଗିବାରୁ ହେଲପର ବସରେ ଚଢି ଡାଳ ବାହାର କରିବା ସମୟରେ ଗଛଡାଳ ପତ୍ର ରେ ଗୁଡ଼ାଇ ହୋଇଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହେଲପର ଗୁରୁତର ଆହତ ହୋଇ ତଳେ ପଡିଯାଇ ଥିଲେ । ଏହି ସମୟରେ ତଳକୁ ଓହ୍ଲାଇ ଥିବା ଅନ୍ୟ ଜଣେ ଯୁବକ ବସର ଗେଟ ଦେଇ ବସ ଉପରକୁ ଚଢୁଥିବା ବେଳେ ସେ ବି ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁକ ଜଣକ ହେଲେ ଝିଅର କକା ଦାନର୍ଦ୍ଧନ ନାହାକ ଓରଫ ଦାନା । ତାଙ୍କ ଘର ମଧ୍ହର ଛୁଆଁ । ଅନ୍ୟପଟେ ବସରେ ବସିଥିବା ୬୦ ଜଣ ଯାତ୍ରୀ ସୋଭାଗ୍ୟ ବଶତଃ ବଞ୍ଚିଯାଇଥିବା ବେଳେ ଏକ ବଡ ଧରଣର ଅଘଟରୁ ସମସ୍ତେ ବଞ୍ଚିଯାଇଥିବା ଦେଖାଯାଇଛି । ଖବର ପାଇ ରମ୍ଭା ଆଇଆଇସି ଭି.ସ୍ୱରୂପ କିଷାନଙ୍କ ତତ୍ତ୍ୱାବଧାନରେ ସେକେଣ୍ଡ ଅଫିସର ବିକାଶ କୁମାର ସାମଲ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ଛାନଭିନ ତଦନ୍ତ କରିଥିଲେ । ଏହାକୁ ନେଇ ଅଞ୍ଚଳ ରେ ଶୋକାର ଛାୟା ଖେଳିଯାଇଥିଲା ।


