କବିତା ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ ସେଂଟର ଠାରେ ଓଡ଼ିଶା ଓ ବେଙ୍ଗଲୀ କଳାକାରଙ୍କ ଦ୍ୱାରା ଏକ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡ. ଏସ୍ ମାଲାକାରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଭାଷା, ସାହିିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ଡ. ପୂର୍ଣ୍ଣେନ୍ଦୁ ମିଶ୍ର ଉପସ୍ଥିତ ରହିବା ସହିତ ଓଡ଼ିଶା ଓ କୋଲକାତା କଳାକାରମାନଙ୍କ ଦ୍ୱାରା ଅନୁଷ୍ଠିତ ସଂଗୀତ, ନୃତ୍ୟ ତଥା ଭାଇଚାରାର ପରାକାଷ୍ଠା ଦେଖିବାକୁ ମିଳିଥିଲା । ସାତିନାଥ ମୁଖପାଧ୍ୟାୟ ସଂଗୀତ ପରିବେଷଣ କରିଥିବାବେଳେ ରାଜୀବ ସରକାର, ସୋମନାଥ ମିଶ୍ର, କଲ୍ୟାଣ ମଜୁମଦାର, ଦୋଲନ ଚାଟାର୍ଜୀ ପ୍ରମୁଖ ସହଯୋଗ କରିଥିଲେ ବୋଲି ଗୀତାଞ୍ଜଳି ଅନୁଷ୍ଠାନର ସାଧାରଣ ସଂପାଦକ ତପନ କୁମାର ରାହା ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।


