କରଗୋଳାରେ ବିଜେପିର ମିଶ୍ରଣ ପର୍ବ,ଶତାଧିକ ପରିବାର ବିଜେପିରେ ଯୋଗଦାନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ଠାରେ ବିଜେପିର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀଙ୍କ ନେତୃତ୍ୱକୁ ଭରସା କରି ଆଜି କରଗୋଳାର ଶତାଧିକ ପରିବାର ବିଜେପିରେ ସାମିଲ ହୋଇଛନ୍ତି । ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନ ମଣ୍ଡଳ ସଭାପତି ମଧୁସୁଦନ ରାଉତ, ବର୍ତ୍ତମାନର ସଭାପତି ଶଶିକାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମର୍ା, ପୁର୍ବତନ ସାଂସଦ ଅନନ୍ତ ନାୟକ, ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ବିଜୟ ରାଊଉତ, ଜୟନାରାୟଣ ମହାପାତ୍ର, ବଳଭଦ୍ର ବାରିକ, ଅନାଦି ସାହୁ, ପ୍ରଶାନ୍ତ ମହାପାତ୍ର, ଟୁକୁନା ମହାନ୍ତ, ଜିଲ୍ଲାପରିଷଦ ସଦସ୍ୟା ଟିକିକିସ୍କୁ, ଗୋପାଳ ସେଠୀ, ପାଣ୍ଡବ ଜେନାଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଯୋଗଦେଇ ରାଜ୍ୟ ସରକାରଙ୍କ କୁ ଶାସନ ବିରୁଦ୍ଧରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସୁଶିଳା ସେଠୀ, ପାର୍ବତୀ ସାହୁ, ନାରାୟଣ ପତି, ଭରତ ମିଶ୍ର, ବେଣୁଧର ଜେନା, ନରେନ୍ଦ୍ର ଜେନା, କ୍ଷେତ୍ରବାସୀ ପଣ୍ଡା, ମୁକ୍ତିକାନ୍ତ ଓଝା, ବାଣେଶ୍ୱର ଜେନା, ମାୟାଧର ଜେନା, ଘନଶ୍ୟାମ ଜେନା, ଅର୍ଣ୍ଣପୁର୍ଣ୍ଣା ନାୟକ, ରଶ୍ମିତା ପତି, ମାଳତୀ ପଣ୍ଡା, ଭାନୁମତି ମହାରଣା, ନିରୁପମା ନନ୍ଦ, ତୃପ୍ତୀମୟୀ ଜେନା, ଅହଲ୍ୟା ଜେନା, ପାବେତୀ ସାହୁ, କମଳ ଲୋଚନ ସ୍ୱାଇଁ, ସନାତନ ପ୍ରଧାନ, ବଳରାମ ସେଠୀଙ୍କ ସମେତ ଶତାଧିକ ପରିବାର ଭିନ୍ନ ଭିନ୍ନ ଦଳରୁ ଆସି ଭାରତୀୟ ଜନତାପାର୍ଟିରେ ଯୋଗଦେଇଥିଲେ । ବିଜେପି ନେତୃବୃନ୍ଦ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ