କରୋନାକୁ ନେଇ ଆସିଲା ନୂଆ ତଥ୍ୟ : ୧୧ ଦିନ ପରେ କରିପାରିବେନି ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଙ୍ଗାପୁରରେ ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିରୁ ଜଣାପଡିଛି ଯେ, କରୋନା ଭୂତାଣୁ ସଂକ୍ରମିତ ରୋଗୀମାନେ ପ୍ରଥମ ୧୧ଦିନ ମଧ୍ୟରେ ଅନ୍ୟମାନଙ୍କୁ ସଂକ୍ରମିତ କରନ୍ତି। ଏହା ପରେ ତାଙ୍କର କୋଭିଡ -୧୯ପରୀକ୍ଷା ରିପୋର୍ଟ ପଜିଟିଭ ଆସିଲେ ମଧ୍ୟ ସେ ଅନ୍ୟ କୌଣସି ମଣିଷକୁ ସଂକ୍ରମିତ କରିପାରନ୍ତି ନାହିଁ | ଏହି ଗବେଷଣାଟି ସିଙ୍ଗାପୁରରେ କରାଯାଇଥିବା ବେଳେ ଅଧ୍ୟୟନରେ କରୋନା ଭୂତାଣୁଙ୍କ ଆଚରଣ ବିଷୟରେ ଅନେକ ନୂତନ ସୂଚନା ପ୍ରକାଶ ପାଇଛି | କରୋନା ରୋଗୀମାନଙ୍କଠାରେ ଲକ୍ଷଣ ସ୍ପଷ୍ଟ ଭାବରେ ଦେଖାଯିବାର ପ୍ରାୟ ଦୁଇ ଦିନ ପୂର୍ବରୁ ରୋଗୀ ଅତ୍ୟଧିକ ସଂକ୍ରାମକ ହୋଇଥାଏ ଏବଂ ସେମାନେ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥାନ୍ତି ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି | ଲକ୍ଷଣ ଦେଖାଯିବାର ପରବର୍ତ୍ତୀ ୭ରୁ ୧୦ଦିନ ପର୍ଯ୍ୟନ୍ତ କରୋନା ରୋଗୀ ସଂକ୍ରାମକ ରୁହନ୍ତି ଏବଂ ଏହି ସମୟ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସନ୍ତି ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାନ୍ତି |
ସଂକ୍ରାମକ ରୋଗ ପାଇଁ ସିଙ୍ଗାପୁରର ଜାତୀୟ କେନ୍ଦ୍ର ଏବଂ ଏକାଡେମୀ ଅଫ୍ ମେଡିସିନ୍ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଥିବା ୭୩ରୋଗୀଙ୍କୁ ନେଇ ଏହି ଅଧ୍ୟୟନ କରିବା ପରେ ଏ ବିଷୟରେ ଜାଣିବାକୁ ପାଇଛନ୍ତି | ୭୩ରୋଗୀଙ୍କୁ ନେଇ ପରୀକ୍ଷା କରିବା ପରେ ସଂକ୍ରାମକ ରୋଗ ବିଶେଷଜ୍ଞ ଜାଣିବାକୁ ପାଇଲେ ଯେ, ଦୁଇ ସପ୍ତାହ ପରେ ମଧ୍ୟ ରୋଗୀମାନଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ରହୁଛି ଏବଂ ସେମାନଙ୍କର ନମୁନା ରିପୋର୍ଟ ମଧ୍ୟ ପଜିଟିଭ ଆସୁଛି, କିନ୍ତୁ ଦୁଇ ସପ୍ତାହ ପରେ ରୋଗୀଙ୍କ ଭିତରେ ଥିବା ଭୂତାଣୁ ଅନ୍ୟମାନଙ୍କୁ ସଂକ୍ରମିତ କରିପାରୁନାହିଁ। ପୂର୍ବରୁ କୋଭିଡ-୧୯ ରୋଗୀ ସୁସ୍ଥ ନହେବା ଯାଏ ସେ ଅନ୍ୟକୁ ସଂକ୍ରମିତ କରନ୍ତି ବୋଲି କୁହାଯାଉଥିବା ବେଳେ ଏବେ ସିଙ୍ଗାପୁରର ସଂକ୍ରାମକ ରୋଗ ବିଶେଷଜ୍ଞ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଏହାକୁ ଭୁଲ ପ୍ରମାଣିତ କରିଛି | କରୋନା ସଂକ୍ରମିତ ରୋଗୀ ସଂକ୍ରମିତ ହେବାର ୧୧ଦିନ ପରେ ଅନ୍ୟକୁ ସଂକ୍ରମିତ କରିପାରନ୍ତି ନାହିଁ ବୋଲି ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ