ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ମୃତ୍ୟୁ ସଂଖ୍ୟା ସୋମବାର ୪ ହଜାର ଅତିକ୍ରମ କରି ୪୦୨୧ରେ ପହଞ୍ଚିଛି। ସେହିପରି ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୩୮ ହଜାର ୮୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଦେଶରେ ୬୯୭୭ ନୂଆ ସଂକ୍ରମିତ ବାହାରିଛନ୍ତି। ଏହା ସହିତ ଦିନକରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୫୭ ହଜାର ୭୨୧ ଜଣ ସୁସ୍ଥ ହୋଇଥିବାବେଳେ ୭୭ ହଜାର ୧୦୩ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୨୩୧ରେ ପହଞ୍ଚିଛି।


