କରୋନାରେ ମୃତ୍ୟୁ ହେଲେ ସରକାର ନୁହେଁ ପରିବାର ଲୋକେ ଦେବେ ଟଙ୍କା
ଛତିଶଗଡ଼, (ୱାଇଏନ୍ଏସ୍): ଛତିଶଗଡ଼ ସରକାର କରୋନା ମୃତ୍ୟୁକୁ ନେଇ ଦେଇଛନ୍ତି ବଡ ଅଜବ ନିର୍ଦ୍ଦଶ, ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଯଦି କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟେ ତେବେ ମୃତକଙ୍କ ପରିବାର ଲୋକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ହେବ । ଏହି ଟଙ୍କାରେ ଶବ ସଂସ୍କାର କାମରେ ଲାଗିବ ବୋଲି କୁହାଯାଇଛି । ଏହି ଆଦେଶ ଛତିଶଗଡ଼ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏଭଳି ଆଦେଶ ଆସିବା ପରେ କିଛି ସଂଗଠନ ସହ ରାଜ୍ୟ ବିଜେପି ଏହାକୁ ବିରୋଧ କରିଛି । ଏନେଇ ବିଜେପି ରାଜ୍ୟପାଳଙ୍କଠାରେ ଅଭିଯୋଗ କରିଛି । ଏହାସହ ଗମ୍ଭୀର ଭାବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦୈନିକ ୧୨ ହଜାର ଟଙ୍କା ଦେବାକୁ ହେବ । ଏଥିରେ ବିନା ଭେଣ୍ଟିଲେଟରରେ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ । ଅତ୍ୟନ୍ତ ଗମ୍ଭୀର ସଂକ୍ରମିତଙ୍କ ଚିକିତ୍ସା ପାଇଁ ରୋଗୀଙ୍କୁ ଦୈନିକ ୧୭ ହଜାର ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ରୋଗୀଙ୍କୁ ଭେଣ୍ଟିଲେଟର ସହ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ । ଛତିଶଗଡ ସରକାର ବୋଧେ ଭୁଲିଗଲେଣି ମାନବିକତା । କରୋନା ଯୋଗୁଁ କାମଦାମ ଛାଡି ଘରେ ରହିଥିବା ଲୋକଙ୍କୁ କରୋନା ହେଲେ ସେ କେଉଁଠାରୁ ଆଣି ଅର୍ଥ ଦେବ । ତେବେ ଏହା ଯୋଗୁଁ ଗରିବ ପରିବାର ଅଧିକ ନିର୍ଯ୍ୟାତନା ସହିବା ହିଁ ସାର ହେବ । ଏହାକୁ ତୀବ୍ର ବିରୋଧ କରିଛି ବିଜେପି । ବିଜେପି କହିଛି ଏପରି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଛତିଶଗଡ଼ ସରକାର ଏପରି ନିୟମ କରିବା ବାସ୍ତବିକ ସମସ୍ତଙ୍କୁ ଚକିତ କରିବା ସହ ସରକାର ଗରିବଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ଚାହୁଁଛି । ଏନେଇ କେନ୍ଦ୍ରରୁ ବ୍ୟାପକ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ଛତିଶଗଡ଼ ସରକାରଙ୍କ ଏଭଳି ମାନସିକତା ସର୍ବସାଧାରଣରେ ନିନ୍ଦା କରାଯାଇଛି ।


