ରାଇରଙ୍ଗପୁର ଓକିଲ ସଂଘର ନବନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଉତ୍ସବ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଗତ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଥିଲା ।ଆଜି ଓକିଲ ସଂଘ ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଓକିଲ ସଂଘ ନିର୍ବାଚନ ଅଧିକାରୀ ଜହରଲାଲ ମଣ୍ଡଳଙ୍କ ସଭାପତିତ୍ବରେ ନିର୍ବାଚିତ ସଦସ୍ୟ ମାନଙ୍କ ଶପଥ ପାଠ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି -ଅକ୍ଷୟ ମହାନ୍ତି,ସଂପାଦକ-ମନୋଜ ଦାସ (ବି), ଉପସଭାପତି-ମନୋଜ ଦାସ(ଏ), ଯୁଗ୍ମ ସଂପାଦକ-ହରେକୃଷ୍ନ ମହାକୁଡ଼,ସହ ସଂପାଦକ-ପ୍ରଦୀପ ମଣ୍ଡଳ, କୋଷାଧ୍ୟକ୍ଷ -ଲକ୍ଷ୍ମଣ ମାଝୀ, ପାଠାଗାର-ସଂପାଦକ-ଗୌରୀ ଦତ୍ତ,ଏବଂ୧୦ ଜଣ କାର୍ଯ୍ୟକାରୀ ସଦସ୍ୟମାନଙ୍କୁ ନିର୍ବାଚନ ଅଧିକାରୀ ଶପଥ ପାଠ କରାଇଥିଲେ ।ପରେ ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ ଓକିଲ ଭାଇ ମାନଙ୍କ ସମସ୍ୟା,ବୀମା,କ୍ଲାଏଣ୍ଟ ମାନଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେବା ସହ ସମସ୍ତଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ଗୁରୁତ୍ବ ଦେଇଥିଲେ । ସମସ୍ତଙ୍କୁ ନେଇ ଓକିଲ ସଂଘ ତାର ଆଗାମୀ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ଆଗେଇ ନେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିଭଳି ପୂର୍ବତନ ଓକିଲ ସଂଘ ସଭାପତି ପ୍ରଭାସ କବି ଓକିଲ ସଂଘ ପାଠାଗାର ଏବଂ ପୁସ୍ତକ ସଂଗ୍ରହ ଉପରେ ଗୁରୁତ୍ବ ଦେବା ସହ ଜୁନିଅର ଓକିଲ ମାନଙ୍କୁ ମଝିରେ ମଝିରେ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ଓକିଲମାନେ ସାମିଲ ହୋଇଥିଲେ ।


