ଗଞ୍ଜାମ ସହରର ଦୁଇଟି ପ୍ରବେଶ ପଥକୁ ସିଲ ଚେକିଙ୍ଗ କଡାକଡି

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଦିନ ରାତି ଗୋଟେ କରିଦେଛି । ଜିଲ୍ଲାର ସମସ୍ତ ପ୍ରବେଶ ଦ୍ଵାରକୁ ସିଲ କରିଦେଇଥବା ବେଳେ, ଗଞ୍ଜାମ ସହର ଦୁଇଟିମୁଖ୍ୟ ପବେଶ ପଥକୁ ସିଲ୍‌ କରିଛି ପ୍ରଶାସନ । ସିଲ ପଥରେ ପୋଲିସ ମୂତୟନ ରହି ବ୍ୟାପକ ଚେକିଙ୍ଗ କରାଯାଉଥିବା ଦେଖା ଯାଇଛି । ସେହିପରି ଏନଏସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ନିଯେ ଉପସ୍ଥିତ ରହି ମାସ୍କ , ବିନା ପାସ ରେ ଯାଉଥିବା ଲୋକଙ୍କୁ ଚେକ କରିବା ସହ ବିଭିନ୍ନ ୱାଡ଼ ବୁଲୁଥିବା ଦେଖାଯାଇଛି । ସେହିପରି , ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଙ୍କ ତ୍ୱତ୍ତାବଧାନରେ,ଥାନା ସେକେଣ୍ଡ ଅଫିସର ଶ୍ରୀଚନ୍ଦନ ବେହେରା, ଏଏସଆଇ ସୁକାନ୍ତ ପ୍ରଧାନ, ମହିଳା ଏଏସଆଇ ଉର୍ମିଳା ସେଠୀ ବିଭିନ୍ନ ସ୍ଥାନ ରେଉପସ୍ଥିତ ରହି କଡାକଡା ଚେକିଙ୍ଗ କରି ଅମାନୟଙ୍କ ଠାରୁ ଫାଇନ ଆଦୟ କରିବା ସହ ତାଗିତ କରୁଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ