କରୋନାରେ ଆଉ ୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ୪୧୬ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୬୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୭୦୦୬ ଜଣ ସୁସ୍ଥ ହୋଇଥିବାବେଳେ ୪୧୨୮ ଜଣ ସକ୍ରିୟ ଅଛନ୍ତି । ଅପରପକ୍ଷରେ ଆଉ ୪ ଜଣଙ୍କର କରୋନାରେ ମୃତ୍ୟୁହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି ।


