ଓଡ଼ିଶାରେ ମଦ ବନ୍ଦ ହେଲେ ମୋ ଆତ୍ମାକୁ ଶାନ୍ତି ମିଳିବ : ଆଦିତ୍ୟ
ଆଦିତ୍ୟଙ୍କ ଆତ୍ମହତ୍ୟା ପରେ ମିଳିଲା ସୁଇସାଇଡ୍ ନୋଟ୍ । ଯେଉଁଥିରେ ଲେଖା ହୋଇଛି କଣ ପାଇଁ ଓ କାହିଁକି କଲେ ଆତ୍ମହତ୍ୟା ? ଜଣେ ସମାଜସେବୀଙ୍କର ସମାଜ ପ୍ରତି କେତେ ଯେ ଭଲ ପାଇବା ଥିଲା ତାହା ତାଙ୍କ ସୁସାଇଡ଼ ନୋଟରୁ ବାରି ହୋଇଯାଉଥିଲା । ତେବେ ସେ ଗଭୀର ଭାବେ ମର୍ମାହତ ହୋଇଥିଲେ ରାଜ୍ୟରେ ମଦ ବିକ୍ରିକୁ ନେଇ । ରାଜ୍ୟରେ ମଦ ବନ୍ଦ କରିବା ଥିଲା ତାଙ୍କର ସବୁଠାରୁ ବଡ଼ ଆଶା । ସୁଇସାଇଡ୍ ନୋଟରେ ନିଜର ମନ କଥା ଲେଖିଛନ୍ତି ଆଦିତ୍ୟ । ମୃତ୍ୟୁ କେତେବେଳେ ଆସି ପହଁଚିଯାଏ, ସେକଥା କେହି ବି ଜାଣିନାହାନ୍ତି । ଆଜି ଠିକ୍ ସେମିତି ମୋ ପାଖରେ ଆସି ମୃ୍ତ୍ୟୁ ଉପସ୍ଥିତ ହୋଇଛି । କହନ୍ତି କି ଯିଏ ଯେତେଦିନ ପାଇଁ ଏ ଦୁନିଆକୁ ଆସିଛି, ସେତେଦିନ ହିଁ ରହିବ । ବହୁତ ଆଶା ଥିଲା, ବୃଦ୍ଧାଶ୍ରମ ପାଇଁ ନିଜର ଗୋଟେ ଘର କରିବି ବୋଲି, କିନ୍ତୁ ଭଗବାନ ବୋଧେ ଚାହୁଁନଥିଲେ । ସେ ଯାହା ବି ହେଉ ମୁଁ ଗଲା ପରେ ତୋତେ ଆଉ ବିକାଶକୁ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା । ମୁଁ ଚେକରେ ସାଇନ୍ କରିଦେଇଛି, ଟଙ୍କା ଉଠାଇ ଆଶ୍ରମ ଚଳାଉଥିବ । ତା’ପରେ ଲିଗାଲି ସବୁ କାଗଜପତ୍ର ଠିକ୍ କରି ପପୁ ତୁ ଚେୟାରମ୍ୟାନ ଏବଂ ବିକାଶ ତୁ ଟ୍ରେଜରର ପଦରେ ରହି ପିପୁଲ ଫର ସେବାର ଅନୁଷ୍ଠାନକୁ ଚଳାଇବ । ବୋଧହୁଏ ଏତିକି ଦିନ ହିଁ ମୋର ଆୟୁଷ ଥିଲା । ଶ୍ରୀ(ସ୍ତ୍ରୀ) ତୁମେ ବହୁତ ଭଲ । ତୁମକୁ ମୋର ବହୁତ ଭଲ ପାଇବା, ଉପରେ ରହି ମୁଁ ତୁମକୁ ବହୁତ ମିସ୍ କରିବି । ବହୁତ କିଛି ଦେଶ ପାଇଁ କରିବାର ଇଚ୍ଛା, ଇଚ୍ଛାରେ ହିଁ ରହିଗଲା । ଏ ଦେଶର ଯୁବକମାନଙ୍କୁ କହିବି, ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଷ୍ଟ୍ରଙ୍ଗ କରି ଗଢ଼ି ତୋଳ । ନହେଲେ ସେ ତୁମର ବଂଚିବା ମୁସ୍କିଲ କରିଦେବ । ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ, ମୋ ଆତ୍ମାକୁ ଚିର ଶାନ୍ତି ମିଳିବ । ତେଣୁ ଏପରି ଜଣେ ସମାଜସେବୀଙ୍କୁ ହରାଇ ଆଜି ସମସ୍ତେ ମର୍ମାହତ ।


