କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ଖଣ୍ଡନ କଲା ଜିଲ୍ଲାପ୍ରଶାସନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ କରୋନା ଭୂତାଣୁର ପେଣ୍ଠସ୍ଥଳି ପାଲଟି ଥିବା ଦେଖିବାକୁ ମିଳିଛି । ଓଡ଼ିଆ ପ୍ରବାସୀ ଆସିବା ପରେ କ୍ରମାଗତ ଭାବେ ପଞ୍ଚାୟତରେ ଗାଁ ଗାଁରେ ସଂକ୍ରମଣର ଉଗ୍ରରୂପ ଧାରଣ କରିଛି । ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ମନରେ ଛନକା ପଶିଛି । ପ୍ରଥମେ କଙ୍କୋରଡ଼ା ଚା ଦୋକାନୀଙ୍କ ଠାରୁ ପଜିଟିଭ ଚିହ୍ନଟ ହେଲା ପରେ ପରିବାର ଚାରିଜଣ ଏବଂ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଅଙ୍ଗନୱାଡି ଏଏନ୍‌ଏମ୍‌ଙ୍କୁ କରୋନା ଆକ୍ରାନ୍ତ କରିଥିବା ବେଳେ ଜିଲ୍ଲାପାଳ ନିର୍ଦ୍ଦେଶକ୍ରମେ ତିନୋଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଏବଂ ପାଞ୍ଚଟି ଗ୍ରାମକୁ ବଫର ଜୋନ ଘୋଷଣା କରାଯାଇଥିଲେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ପଞ୍ଚାୟତମାନଙ୍କରେ ବଢ଼ିବାରେ ଲାଗିଛି । ଏବେ ସାନଖେମୁଣ୍ଡି ବ୍ଲକ୍‌ର ଖଲିଙ୍ଗି ଗ୍ରାମ ପଞ୍ଚାୟତର ଲକ୍ଷ୍ମୀନାରାୟଣ ସାମନ୍ତରାୟ (୫୪) କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ଦଶଦିନ ପୂର୍ବରୁ ଅସୁସ୍ଥତା କାରଣ ଯୋଗୁଁ ବ୍ରହ୍ମପୁର ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାବ ଟେଷ୍ଟ କଲାବେଳେ ପଜିଟିଭ ବାହାରିଥିବା ଜଣାପଡିଛି । ତାଙ୍କୁ ୨୨ା୬ା୨୦୨୦ ଜଳେପଲ୍ଲୀ କୋଭିଡ ମେଡିକାଲ୍ ନିଆଯାଇଥିଲା ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ କରୋନା ଜନିତ ମୃତ୍ୟୁକୁ ଖଣ୍ଡନ କରିଛନ୍ତି । ଲକ୍ଷ୍ମୀନାରାୟଣ ସାମନ୍ତରାୟଙ୍କ ଝିଅ ଭୁବନେଶ୍ୱର ପଢ଼ୁଥିବା ବେଳେ ଝିଅକୁ ଆଣିବାକୁ ଯାଇ କରୋନା ଶିକାର ହୋଇଥିବା ଶୁଣିବାକୁ ମିଳିଛି । ଏବେ ସାନଖେମୁଣ୍ଡିରେ କରୋନା ଭୂତାଣୁ କାୟା ବିସ୍ତାର କରିଛି । ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକଙ୍କ ପଜିଟିଭ ବାହାରିବା ପରେ ଗୋପାଳପୁର ଡ଼ାକ ବଙ୍ଗଳାରେ ରହି ଚିକିତ୍ସିତ ହେଉଥିବା ବେଳେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତନାୟକ ହୋମ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡିଛି । ଏବେ ଅଫିସ କର୍ମଚାରୀମାନେ ପ୍ରମାଦ ଗଣୁଛନ୍ତି ଆଦି କଙ୍କୋରଡ଼ା ପଞ୍ଚାୟତରୁ ୫ ଜଣ ଡ଼େଙ୍ଗାଡ଼ିର ୧ ଜଣ ଗମ୍ଭାରୀ ଗୁଡ଼ାର ୧ ଜଣଙ୍କ ପଜିଟିଭ ବାହାରିଥିବା ଜଣାପଡିଛି । ଏନେଇ ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଉ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ