ଗୁଟଖା ବେପାରୀଙ୍କୁ ୫୦୦୦ ଟଙ୍କା ଫାଇନ
ସୋରଡା, (ରଜନୀକାନ୍ତ ମହାପାତ୍ର): ସୋରଡା ବଡଦାଣ୍ଡର ଏକ କିରାଣୀ ଦୋକାନୀ ଗୁଟଖା ବିକୁଥିବା ବେଳେ ଧରାପଡିଛନ୍ତି। ଆଜି ସକାଳୁ ବଡଦାଣ୍ଡ ସ୍ଥିତ ଏକ କିରାଣୀ ଦୋକାନ ରୁ ଜଣେ ବ୍ୟବସାଇ ଗୁଟଖା ନେଊଥିବା ବେଳେ ସୋରଡା ପୌରପରିଷଦ କନିଷ୍ଠ ଜନ୍ତ୍ରୀ ସତ୍ୟନାରାୟନ ସାହୁ ଙ୍କ ଆଗରେ ଧରାପଡିଥିଲେ। ସଙ୍ଗେ ସଙ୍ଗେ ସୋରଡା ତହସିଲଦାର ଓ ଥାନା ଅଧିକାରୀ ରମେଶ ପ୍ରଧାନ ଙ୍କୁ ସୂଚନା ଦେବା ପରେ ଘଟନା ସ୍ଥଳରେ ଉଭୟ ପ୍ରଶାସନିକ ଅଧିକାରୀ ପହଞ୍ଚି ବ୍ୟବଶାୟୀ ଜଣକୁ ୫୦୦୦ ଟଙ୍କା ଫାଇଁ ପକାଇବା ସହ ଗୁତଖା ନେଉଥିବା ବ୍ୟକ୍ତି ଜଣକୁ ୫୦୦ ଟଙ୍କା ଫାଇନ ପକାଇଥିଲେ। ନେଉଥିବା ବ୍ୟକ୍ତି ଜଣ କ ସୋରଡା ନିକଟ କୋଟିବାଡି ଗ୍ରାମ ର ହେଇଥିବା ବେଳେ ଏକ ବାଇକ ଯୋଗେ ସବୁ ଜିନିଷ ନେବା ସମୟ ରେ ଧରାପଡିଥିଲେ।


