ବାଡଭାଙ୍ଗି ସଙ୍ଗରୋଧ କେନ୍ଦ୍ରରୁ ଲୁଚି ପଳାଇଲେ ପ୍ରବାସୀ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ଅଁରା ପଞ୍ଚାୟତର ସଂରୋଧ କେନ୍ଦ୍ରରୁ ଦୁଇଜଣ ପ୍ରବାସୀ ଲୁଚି ପଳାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଅଁରା ଗ୍ରାମର କୈଳାଶ ଜେନା ଓ ତାଙ୍କ ପତ୍ନୀ ଡଲି ଜେନା ଗତ ୯ତାରିଖ ଦିନ ତାମିଲନାଡୁରୁ ଘରକୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ । କିନ୍ତୁ ଗତକାଲି ରାତିରେ ସେମାନେ ବାଡଭାଙ୍ଗି ଲୁଚିକରି କେଉଁଆଡେ ପଳାଇଛନ୍ତି । ଆଜି ସକାଳୁ ଏହା ଜଣାପଡିବା ପରେ ସରପଞ୍ଚଏ ସମ୍ପର୍କରେ ନନ୍ଦିପଦା ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ନନ୍ଦିପଦା ପୁଲିସ ଅଁରା କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇ ତଦନ୍ତ ଚଳାଇଛନ୍ତି । ଅନ୍ୟପକ୍ଷରେ କୈଳାଶଙ୍କ ମା ମଧ୍ୟ ସଂଗରୋଧ କେନ୍ଦ୍ରକୁ ଆସି ତାଙ୍କ ପୁଅ ବୋହୁ କୁଆଡେ ଗଲେ ତାର କୈଫିୟତ ଦିଅନ୍ତୁ ବୋଲି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ