କରୋନା ପରିଚାଳନାରେ ଦାୟିତ୍ବହୀନତା ଅଭିଯୋଗରେ ଚୌଦ୍ୱାର ପୋୖରାଧିକରି ଙ୍କ ବିରୋଧରେ ଥାନାରେ ଅଭିଯୋଗ

ଚୌଦ୍ୱାର, (ଦୀପକ କୁମାର ବେଉରା):କରୋନା ପରିଚାଳନାରେ ଦାୟିତ୍ବହୀନତା ଓ ଅଞ୍ଚଳବାସୀ ଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗରେ ଚୌଦ୍ୱାର ପୋୖରାଧିକାରୀ ଓ କରୋନା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ଦ୍ବୟ ଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ପୌରପାଳିକା ର ମୁଣ୍ଡମାଳ ଗ୍ରାମବାସୀ ମାନେ ।ଗ୍ରାମର କିଛି ଲୋକ ଆଜି ଚୌଦ୍ୱାର ଥାନାରେ ଏସଂକ୍ରାନ୍ତ ରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଗ୍ରାମର ଜଣେ ଯୁବକ ଦିଲ୍ଲୀ ରୁ ମେ ୨୯ ରେ ଫେରିବା ପରେ ପୌରପାଳିକା ପକ୍ଷରୁ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରଖିଥିଲା। ତିନି ଦିନ ପରେ ତାଙ୍କୁ ଘରକୁ ଫେରାଇଦିଆଯାଇଥିଲା ।ଏ କ୍ଷେତ୍ରରେ ପୌର କତ୍ତୃପକ୍ଷ କୋବିଦ-୧୯ସମସ୍ତ ନିୟମାବଳୀ କୁ ଉଲଂଘନ କରିଥିଲେ। ପରେ ସେହି ବ୍ୟକ୍ତିଙ୍କ କରୋନା ପରୀକ୍ଷା ପଜିଟିଭ ଆସିବା ପରେ ଗ୍ରାମରେ ଆତଙ୍କ ଖେଳି ଯାଇଛି। କାରଣ ସଂକ୍ରମିତ ବ୍ୟକ୍ତି ଓ ତାଙ୍କ ପରିବାର ଖୋଲା ଖୋଲି ବାହାରେ ବୁଲୁଥିବାର ଦେଖାଯାଇଛି । ଏହାଦ୍ଵାରା ଗ୍ରାମରେ ଗୋଷ୍ଠି ସଂକ୍ରମଣ ର ଆଶଙ୍କା ସୃଷ୍ଟି ହୋଇଛି ।ଏସବୁ ପୌର କତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ହେଉଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ହୃଦାନନ୍ଦ ମହାନ୍ତି, ଚନ୍ଦନ ଭୂୟାଁ, ଶିବନାରାୟଣ ସେଠି , ରାମଚନ୍ଦ୍ର ମଲିକ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ