ଶବକୁ ମିଲିଲା ନାହିଁ ଚାରି କାନ୍ଧ,ଟଲିରେ ବୁହା ଗଲା ଶବ
ଶବକୁ ମିଲିଲା ନାହିଁ ଚାରି କାନ୍ଧ,ଟଲିରେ ବୁହା ଗଲା ଶବ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା) :କରୋନା ମହାମାରୀ ଅନେକ ଦୁଃଖ ଆଣିଦେଇଛି। କରୋନା କୁ ନେଇ ଏଭଳି ଏକ ଘଟଣା କୋଣାର୍କ ଅନ୍ତର୍ଗତ ବନାଖଣ୍ଡି ଗ୍ରାମପଞ୍ଚାୟତର ମାଙ୍କରଗୋରଡି ଗ୍ରାମରେ ଦେଖିବାକୁ ମିଳିଛି। କରୋନା ଭୟରେ ଜଣେ ଯୁବକଙ୍କ ମୃତ ଦେହକୁ ଗ୍ରାମବାସୀ ଉଠାଇବା ପାଇଁ ମନା କରିଦେବାରୁ ଏମିତି ଅଭାବନୀୟ ପରିସ୍ଥିତି ଉପୁଜିଥିଲା । ଏହି ଘଟଣାରେ କୋଣାର୍କ ଏନ୍ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରି ନିବାସ ମାନବିକତା ର ପରିଚୟ ଦେଖାଇ ଥିଲେ। ମଙ୍ଗଳ ବାର ବିଲମ୍ବିତ ରାତ୍ରିରେ ଏହି ଗ୍ରାମର ଜଣେ ୨୭ ବର୍ଷ ର ଯୁବକ ପ୍ରାଣ ହରାଇଛନ୍ତି। ସେ ଗତ ୧୦ ଦିନ ହେବ ଜ୍ଵର ରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ତାଙ୍କର ଜ୍ଵରନ ଛାଡ଼ି ବାରୁ ସେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ଯାଇଥିଲେ ।ବୁଧବାର ତାଙ୍କର କୋଭିଡ଼ ଟେଷ୍ଟ ହେବାର ଥିଲା ବେଳେ ଟେଷ୍ଟ୍ ପୂର୍ବରୁ ସେ ପ୍ରାଣ ହରାଇଥିଲେ ।ସକାଳୁ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ଯୁବକ ଜଣକ କରୋନା ପଜେଟିଭ ଯୋଗୁ ପ୍ରାଣ ହରାଇଥିବା ପ୍ରଚାର ହୋଇଯାଇଥିଲା। ଫଳରେ ଗ୍ରାମବାସୀ ଏହି ପରିବାରକୁ ସହାୟତା କରି ନ ଥିଲେ ।ଶବକୁ କାନ୍ଧେଇ ଜୁଇକୁ ନେବାକୁ ଅରାଜି ହୋଇଥିଲେ ।ଫଳରେ ଶବଟି ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘର ବାରଣ୍ଡାରେ ପଡି ରହିଥିଲା। କୋଣାର୍କ ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ୍ ଶ୍ରି ନିବାସ ଏ ସମ୍ପର୍କରେ ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ନୋଡାଲ ଅଫିସର ଭାଗୀରଥୀ ବରାଳ ଙ୍କୁ ଏବଂ ଦୁଇ ଜଣ କର୍ମ ଚାରୀଙ୍କୁ ପଠାଇ ଥିଲେ। ଦିନ ୧୨ ଟାରେ ପିପି କିଟ୍ ଆସିବା ରୁ ସମ୍ପର୍କୀୟ ସମେତ ଟଲିରେ ଶବକୁ ନେଇ ନିକଟସ୍ଥ ଗ୍ରାମ ଶ୍ମସାନରେ ଶବ ଦାହ କରି ଥିଲେ।


