କରୋନା ମେଡ଼ିସିନ ବାହାର କରିବ ସୁପର କମ୍ପ୍ୟୁଟର

କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ଏବେ ସଂକଟରେ ପଡ଼ିଥିବା ବେଳେ ଏହାକୁ ନିପାତ କରିବା ପାଇଁ ଔଷଧ ପ୍ରସ୍ତୁତି ଉପରେ ବିଭିନ୍ନ ଦେଶ ଜୋର ଦେଉଛନ୍ତି । ଯେତେଶୀଘ୍ର ସମ୍ଭବ ଏକ ଟିକା ପ୍ରସ୍ତୁତ କରି ଏହି ଭାଇରସକୁ ନିପାତ କରିବା ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ଅନେକ ଦେଶରେ ସୁପର କମ୍ପ୍ୟୁଟରର ଅଧିକ ପରିମାଣରେ ବ୍ୟବହାର କରାଯାଉଛି । ସୁପର କମ୍ପ୍ୟୁଟର ଜରିଆରେ କରୋନା ଭାଇରସକୁ ନିପାତ କରିବାରେ ସକ୍ଷମ ବିଭିନ୍ନ ଉପାଦାନର ବିଶ୍ଳେଷଣ ଏବଂ ସନ୍ଧାନ କରାଯାଉଛି । କରୋନା ଭାଇରସ କେମିତି ମଣିଷକୁ ଆକ୍ରାନ୍ତ କରିଥାଏ ସେ ସମ୍ପର୍କରେ ସୁପର କମ୍ପ୍ୟୁଟରକୁ ସୂଚନା ଦିଆଯାଉଛି । ତା ପରେ ସେଇ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାରେ ସକ୍ଷମ ଉପାଦାନ ଖୋଜିବାକୁ ତାକୁ କୁହାଯାଇଛି । ନିକଟରେ ଆମେରିକାରେ ଏକ ସୁପର କମ୍ପ୍ୟୁଟରର ବ୍ୟବହାର କରାଯାଇ ପ୍ରାୟ ୮୦୦୦ ଉପାଦାନର ବିଶ୍ଳେଷଣ କରାଯାଇଥିଲା । ସେଗୁଡ଼ିକ ଭିତରୁ ପ୍ରାୟ ୭୦ଟି ଉପାଦାନରେ କରୋନାକୁ ନିପାତ କରିବାର କ୍ଷମତା ଅଛି ବୋଲି ସୁପର କମ୍ପ୍ୟୁଟର ଜଣାଇଥିଲା । ଏବେ ଆମେରିକା ଏବଂ ୟୁରୋପର ପ୍ରାୟ ୧୦୦ ଜଣ ଗବେଷକ ସୁପର କମ୍ପ୍ୟୁଟର ବ୍ୟବହାର କରି କରୋନା ପାଇଁ ଔଷଧ ପ୍ରସ୍ତୁତି କରିବାକୁ ଉଦ୍ୟମ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ