କରୋନା ଯୋଦ୍ଧାରେ ସମ୍ମାନିତ ହେଲେ ଓଡ଼ିଆ ଭାଷାପ୍ରାଣ ନାରାୟଣ ଖୁଂଟିଆ
ଭୁବନେଶ୍ୱର,(ୱାଇଏନ୍ଏସ୍): ମହିମା ସେବା ଫାଉଣ୍ଡେସନର ସଭାପତି ସଭାପତି, ଓଡ଼ିଆ ଭାଷାପ୍ରାଣ ତଥା ସମାଜସେବୀ ନାରାୟଣ ଖୁଂଟିଆଙ୍କୁ ସବୁଜ ଭାରତ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ୨୦୨୦ରେ ସମ୍ମାନିତ କରାଯାଇଛି । ଦୀର୍ଘବର୍ଷ ହେଲା ଗରିବ, ଅସହାୟ, ଅନାଥମାନଙ୍କୁ ସାହାଯ୍ୟ ଓ ସହଯୋଗର ହସ୍ତ ବଢ଼ାଇବାର ସହିତ ସରକାରଙ୍କ କୋଭିଡ ନିୟମ ପାଳନ କରି ନିଜ ଗ୍ରାମ ଖୋର୍ଦ୍ଧା ଅନ୍ତର୍ଗତ ଦେଉଳୀଠାରେ ସାମାଜିକ ସଚେତନତା, ସ୍ୱଚ୍ଛତା ଓ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଚାଲୁ ରଖିଛନ୍ତି । ସେ କୁହନ୍ତି ଶେଷ ଜୀବନ ପର୍ଯ୍ୟନ୍ତ ଅସହାୟମାନଙ୍କ ବହୁବିଦ୍ଧ ଉନ୍ନତି ପାଇଁ କାର୍ଯ୍ୟ କରିବା ସହିତ ଅନ୍ୟମାନଙ୍କୁ ସମାଜ ସେବା ପାଇଁ ପ୍ରେରିତ କରାଇବା ମୋର ଲକ୍ଷ୍ୟ । ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲେ ମଧ୍ୟ ଅହଂକାର ଶୂନ୍ୟ ହୋଇ ବେଶ ନିଷ୍ଠାପର ଓ ଦକ୍ଷତାର ସହିତ ସମାଜରେ ଅବହେଳିତମାନଙ୍କ ପାଇଁ କାର୍ଯ୍ୟମାନ କରିଆସୁଛନ୍ତି । ଏଥିପାଇଁ ତାଙ୍କୁ ସବୁଜ ଭାରତ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ୨୦୨୦ରେ ସମ୍ମାନିତ କରାଯାଇଛି । ତାଙ୍କୁ ଏହା ମାନ୍ୟବର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରଦାନ କରିଛନ୍ତି ।


