ଅଗ୍ନିକାଣ୍ଡରେ ଘର ସମେତ ୨ବାଇକ ପୋଡ଼ିଗଲା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ବୁଧବାର ରାତି ପ୍ରାୟ ସାଢେ ୨ଟାରେ ହିଞ୍ଜିଳି ଥାନା ରାଳବ ଗ୍ରାମ ତୋଟା ସାହିରେ ଅଗ୍ନିକାଣ୍ଡ ଘଟି ପଣ୍ଡା ଗଉଡଙ୍କ ଘର ସମେତ ୨ଟି ବାଇକ ଓ ଅନ୍ୟାନ ଆସବାବ ପତ୍ର ପୋଡ଼ି ଯାଇଛି । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି କେହି ଦୁବୃର୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ତେବେ ଘଟଣା ନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ