ବେଲଗୁଣ୍ଠାରେ ସ୍ୱତନ୍ତ୍ର ଏଡିଏମ ଓ ଉପଜିଲ୍ଲାପାଳଙ୍କ ବ୍ଳକିଂ ଓ ଚେକିଂ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):କରୋନାର ମାତ୍ରାଧିକ ସଂକ୍ରମଣ ଯୋଗୁଁ ଗତ ପ୍ରାୟ ଦେଢ ମାସ ହେବ ଗଞ୍ଜାମ ଜିଲ୍ଲା ସମ୍ପୂର୍ଣ୍ଣ ସଟ୍ ଡାଉନ ଥିଲା ।କିନ୍ତୁ ଲୋକଙ୍କ ଜୀବନ ଜିବିକାକୁ ଆଧାର କରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ୍ ନଥିବା ଅଞ୍ଚଳରେ ଅଗଷ୍ଟ ୧ ତାରିଖରୁ କରୋନା କଟକଣା କିଛି ମାତ୍ରାରେ କୋହଳ କରାଯାଇଛି ।ଦୋକାନୀ ମାନେ ପଞ୍ଚ ସୁତ୍ରୀ ନିୟମାନୁସାରେ ବ୍ୟବସାୟ କରିବା ସହ ସମସ୍ତଙ୍କ ପାଇଁ ଅପରାହ୍ନ ୪ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସଟ୍ ଡାଉନ କରାଯାଇଛି ।ଏବଂ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ପ୍ରଶାସନିକ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ସଟ୍ ଡାଉନ ରହିବ ବୋଲି ନିର୍ଦ୍ଦେଶ ରହିଛି ।ସାଧାରଣ ଲୋକେ ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାହାରକୁ ଗଲେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ୱ ମାନିବା ଏବଂ ମୋଟରସାଇକଲ ରେ କେବଳ ଜଣେ ଯିବା ଆସିବା କରିବା ନିୟମ କଡାକଡି କରାଯାଇଛି ।ହେଲେ କଟକଣା କୋହଳର ସୁଯୋଗ ନେଇ ବହୁ ଅମାନିଆ ନିୟମ ମାନୁନଥିବା ଦେଖିବାକୁ ମିଳିଛି ।ବେଲଗୁଣ୍ଠା ସହର ମଧ୍ୟ ବର୍ତ୍ତମାନ କଣ୍ଟେନମେଣ୍ଟ ଜୋନ୍ ରେ ରହିଥିବା ବେଳେ ଆସନ୍ତା ୭ ତାରିଖ ପରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ଉଠାଇବାପାଇଁ ପ୍ରଶାସନିକ ସ୍ତରରେ ଯୋଜନା ପ୍ରସ୍ତୁତ ହେଉଛି ।ଏଥିପାଇଁ ଆଜି ସକାଳ ୯ଟା ସମୟରେ ଭଞ୍ଜନଗର ସ୍ୱତନ୍ତ୍ର ଅବସ୍ଥାପିତ ଏ.ଡି.ଏମ୍ ବିଶାଳ ସିଂ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍,ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବେଲଗୁଣ୍ଠା ମୁଖ୍ୟ ସଡକ ଓ ଗାଙ୍ଗପୁର ମୁଖ୍ୟ ସଡକରେ ବ୍ଳକିଂ କରି ଅମାନିଆଙ୍କ ଠାରୁ ୨୧୦୦୦ ହଜାର ଜୋରିମନା ଆଦାୟ କରିଥିବା ଜଣାପଡ଼ିଛି ।କିଛି ବାଇକର ଦୁଇଜଣ ଏବଂ ତିନି ଜଣ ଲେଖାଏଁ ଯାଉଥିବାରୁ ସେମାନଙ୍କୁ ଅଟକାଇ ଜୋରିମନା ଆଦାୟ କରାଯାଇଛି । ବେଲଗୁଣ୍ଠା ସହରର କିଛି ଦୋକାନୀ ସାମାଜିକ ଦୁରତ୍ୱକୁ ନ ମାନି ବ୍ୟବସାୟ କରୁଥିବାରୁ ସେମାନଙ୍କୁ ପ୍ରଥମ ଦଫାରେ ତାଗିଦ୍ କରାଯିବା ସହ ପଞ୍ଚସୁତ୍ରୀ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି ।ସ୍ୱତନ୍ତ୍ର ଏ.ଡ.ଏମ୍ ବିଶାଲ ସିଂ ମଧ୍ୟ କିଛି ସମୟ ବେଲଗୁଣ୍ଠା ମୁଖ୍ୟ ରାସ୍ତାରେ ରହି କିଛି ଅମାନିଆଙ୍କୁ ସଚେତନ କରିଥିଲେ ।ସେହିପରି ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ମଧ୍ୟ ବ୍ଳକିଂ କରି ୧୪୭୦୦ ଟଙ୍କା ଜୋରିମନା ଆଦାୟ କରିଥିବା ଜଣାପଡ଼ିଛି ।ବେଲଗୁଣ୍ଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଙ୍କ ସହ ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର, ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରମୁଖ ବ୍ଳକିଂ କରିଥିବା ବେଳେ ଗାଙ୍ଗପୁର ଠାରେ ଏ.ଡି.ଏମ୍ ବିଶାଲ୍ ସିଂ,ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ବ୍ଳକିଂ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ