କରୋନା ସଂକ୍ରମଣରେ ଯୁବ ଆଇନଜୀବୀଙ୍କ ଦେହାନ୍ତ
ହିଞ୍ଜିଳିକାଟୁ (ଶେଷଦେବ ସାହୁ):- ବ୍ରହ୍ମପୁର ଓକିଲ ସଂଘର ସଦସ୍ୟ ତଥା ହିଞ୍ଜିଳିକାଟୁ ମାଷ୍ଟ୍ର କଲୋନୀର ବାସିନ୍ଦା ଆଇନଜୀବୀ ସ୍ୱପ୍ନା ପାଣିଗ୍ରାହୀ (୪୧)ଙ୍କ ବୁଧବାର ଶିତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି।ବ୍ରହ୍ମପୁର ନୁଆଁ ବସ୍ ଷ୍ଟାଣ୍ଡ ନିକଟରେ ଏମ୍ସ କୋଚିଂ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଥିବା ସ୍ୱପ୍ନା ପାଣିଗ୍ରାହୀ ଗତ ୫ଦିନ ଧରି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଶିତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଆଜି ତାଙ୍କ ମୃତ୍ୟୁ ହୋଇଥିବା ଶିକ୍ଷକ ବାପା ଶୁକଦେବ ପାଣିଗ୍ରାହୀ, ଆଇନଜୀବୀ ସୁରେନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।ପ୍ରଶାସନ ମୃତ ଆଇନଜୀବୀଙ୍କ ମର ଶରୀରକୁ ସତ୍କାର କରିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।ଜଣେ ମିଷ୍ଟ ଭାଷୀ, ମେଳାପୀ ଓ ଶିକ୍ଷାବିତ ଭାବେ ସେ ସମସ୍ତଙ୍କ ଅତି ପରିଚିତ ଥିଲେ।ତାଙ୍କ ଆକସ୍ମିକ ଅକାଳ ବିୟୋଗ ଖବର ପାଇ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ସଦସ୍ୟ, ସହପାଠୀ, ଛାତ୍ର ଛାତ୍ରୀ ମହଲ ଓ ସ୍ଥାନୀୟ ସହରରେ ଶୋକର ଛାୟା ଖେଳି ଯାଇଛି।


