କର୍ମଚାରୀଙ୍କ ଅବହେଳାରେ ନିଗମ ଅଞ୍ଚଳରେ ସଫେଇ ଠପ୍ !

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ସ୍ୱଚ୍ଛତା କ୍ଷେତ୍ରରେ ପୁରସ୍କାର ହାସଲ କରିଥିବା ନେଇ ଡିଣ୍ଡୁମ ପିଟୁଥିବା ବ୍ରହ୍ମପୁର ମହାନଗର ନିଗମ ସମ୍ପ୍ରତି କେତେ ଜଣ କର୍ମଚରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜନମାନସରେ ନିନ୍ଦିତ ହେଉଛି । ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ୱାର୍ଡ ନମ୍ବର ୧୨ ଅନ୍ତର୍ଗତ ନିଳକଣ୍ଠେଶ୍ୱର ଏବଂ ଝାମି ମନ୍ଦିର ସମ୍ମୁଖ ମୁଖ୍ୟ ରାସ୍ତା ଏବଂ ଏହାର ଆଖପାଖ ଅଞ୍ଚଳ ତଥା ପ୍ରେମ ନଗର, ବ୍ରିଟ କଲୋନୀ, ହୋଉସିଂ ବୋର୍ଡ, ଧର୍ମ ନଗର ଆଦି ଅଞ୍ଚଳରେ ସଫେଇ କାର୍ଯ୍ୟ ହେଉନଥିବା ପରିଲକ୍ଷିତ ହେଉଛି। ଘଟଣାରୁ ଜଣା ପଡ଼ିଛି, ଉକ୍ତ ମୁଖ୍ୟ ରାସ୍ତା କଡ଼ରେ କୁଡ କୁଡ ମଇଳା ଆବର୍ଜନା ପଡ଼ିଥିବା ବେଳେ ଦିର୍ଘ ଦିନ ଧରି ନାଳରେ ଆବର୍ଜନା ଜମା ହୋଇ ଡ୍ରେନ ପାଣି ଭାସୁଥିବା ଯୋଗୁଁ ରାସ୍ତାରେ ଯାତାୟତ କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳ ବାସୀଙ୍କ କହିବା ପ୍ରକାରେ ଉକ୍ତ ୧୨, ୧୪, ୧୫, ୧୬ ଓ ୨୩ ନମ୍ବର ଅଞ୍ଚଳ ପାଇଁ ନିୟୋଜିତ ସାନିଟାରୀ ଇନ୍ସପେକ୍ଟର ପ୍ରଦୀପ କୁମାର ପରିଚ୍ଛା ଉକ୍ତ ଅଞ୍ଚଳକୁ କେବେ ବି ଆସୁନଥିବା ଫଳରେ ସଫେଇ କାର୍ଯ୍ୟ ଦିର୍ଘ ଦିନ ଧରି ହେଉନଥିବା ପରିଲକ୍ଷିତ ହେଉଛି। ବାରମ୍ଵାର ଅଭିଯୋଗ କରିବା ସତ୍ତ୍ୱେ ବି କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଉକ୍ତ ଅଞ୍ଚଳର ସ୍ଥାନୀୟ ବାସିନ୍ଦା । ଉଚ୍ଚ କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ନିୟୋଜିତ କର୍ମଚାରୀଙ୍କୁ ତାଗିତ କରିବା ସହ ସଂପୃକ୍ତ ଏସ. ଆଇଙ୍କୁ ଉକ୍ତ ଅଞ୍ଚଳ ଓ ନିୟୋଜିତ ଦାୟିତ୍ଵରୁ ହଟାଇବା ପାଇଁ ଦାବି ହେଉଛି । ଅନ୍ୟଥା ବର୍ତ୍ତମାନ କୁହୁଳୁ ଥିବା ଜନ ଅସନ୍ତୋଷ ବଡ ଧରଣ ଆନ୍ଦୋଳନର ରୂପ ନେବ ବୋଲି ଅଞ୍ଚଳବାସି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ