ଜୁନ୍‌ରୁ ଆରମ୍ଭ ହେବ ହ୍ରିତିକଙ୍କ ‘କ୍ରିସ୍‌-୪’ର ସୁଟିଂ 

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ହ୍ରିତିକ ରୋଶନ ଏବେ ନିଜ ଅପ୍‌କମିଂ ଫିଲ୍ମ ବିକ୍ରମବେଧାର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ନଜର ଆସିବେ । ସେପଟେ ବାପା ରାକେଶ ରୋଶନ କ୍ରିସ୍‌-୪ କୁ ନେଇ ଜୋରସୋରରେ କାମ ଆରମ୍ଭ କରିଦେଲେଣି । ରିପୋର୍ଟ ମୁତାବକ, ଏବେ ରାକେଶ ରୋଶନ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ଅନ୍ୟ ସବୁ ଜିନିଷର କାମ ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଜୁନ୍‌ରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯିବ । କ୍ରିସ୍‌-୪ର ପ୍ରସ୍ତୁତି ଓ ଫିଲ୍ମର କାଷ୍ଟିଂ ଚଳିତ ବର୍ଷ ଜୁନ୍‌ରୁ ଆରମ୍ଭ ହୋଇଯିବ। କିନ୍ତୁ ଏହି ଫିଲ୍ମରେ କିଏ ଲିଡ୍‌ ହିରୋଇନ୍‌ ହେବେ ସେ ନେଇ ରାକେଶ ରୋଶନ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଫିଲ୍ମର ଗତ ସବୁ ସିରିଜ୍‌ରେ ପ୍ରିୟଙ୍କା ଚୋପ୍ରା ହିଁ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି । ବର୍ତ୍ତମାନ ହ୍ରିତିକ ରୋଶନ ବିକ୍ରମ ବେଧାର ସୁଟିଂ ସାରିବେ। ତା’ ପରେ ଅଗଷ୍ଟରେ ଦୀପିକା ପାଦୁକୋନ୍‌ଙ୍କ ସହ ଫାଇଟରର ସୁଟିଂ କରିବେ। ଫାଇଟର ସୁଟିଂ ପାଇଁ ହ୍ରିତିକ ରୋଶନ୍‌ଙ୍କୁ ପ୍ରାୟ ୧୦୦ ଦିନ ଲାଗିବ। ୨୦୨୨ ଶେଷରେ ଫିଲ୍ମର ସୁଟିଂ ସାରିବାକୁ ଯୋଜନା ହୋଇଛି। ୨୮ ସେପ୍ଟେମ୍ବର ୨୦୨୩ରେ ନିର୍ମାତା ‘ଫାଇଟର’ ଫିଲ୍ମ ରିଲିଜ୍‌ କରିବାକୁ ଚାହୁଁଛନ୍ତି। ପୂରା ସିଡ୍ୟୁଲରୁ ଜଣାପଡ଼ୁଛି ଯେ ଆସନ୍ତାବର୍ଷ ହିଁ କିସ୍‌ ୪ର ସୁଟିଂ ସମ୍ଭବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ