କର୍ମବୀର ବୃନ୍ଦାବନ ଙ୍କ ୩୫ ତମ ଶ୍ରାର୍ଦ୍ଧବାର୍ଷିକ ମହୋତ୍ସବ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ)-ବିଶିଷ୍ଟ ଜନନେତା କର୍ମବୀର ସ୍ୱର୍ଗତ ବୃନ୍ଦାବନ ନାୟକ ଙ୍କ ୩୫ ତମ ଶ୍ରାଦ୍ଧବାର୍ଷିକ ମହୋତ୍ସବ ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି । ବୃନ୍ଦାବନ ନାୟକ ସ୍ମ୍ମୃତି କମିଟି ପକ୍ଷରୁ ଏସଏମଆଇଟି ସହଯୋଗ ରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ । ପୂର୍ବାହ୍ନ ରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପୁଷ୍କରଣୀ ରେ ତିଳତର୍ପଣ ଓ ସମାଧି ପୀଠ ରେ ମାଲ୍ୟର୍ପଣ ପରେ କମାପଲ୍ଲି ଛକସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମଧ୍ୟାହ୍ନରେ ଗୀତାଭବନ ପରିସରରେ ରାମଧୂନ ,ସ୍ମୃତିସଭା ଓ ପ୍ରସାଦଭବନ ବ୍ୟବସ୍ଥା କରାଯାଇଥିଲା । ସଏମଆଇଟି ସଭାପତି ଭଗବାନ ଗନ୍ତାୟତ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗୋପାଳପୁର ବିଧାୟକ ପ୍ରଦୀପକୁମାର ପାଣିଗ୍ରାହୀ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡ। ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସଏମଆଟି ସପାଦକ ଜାମୁଲା ଶଙ୍କର ନାରାୟଣ, ସ୍ମ୍ମୃତି କମିଟି ସଂପାଦକ ପ୍ରମୋଦ କୁମାର ପଣ୍ଡା ,ଡା.ପିସି ସାହୁ, ଇଂ.ଶରତ ଚୈଧୁରୀ, ଇଂ.ଜିକେ ଦାସ, ଶ୍ରୀ ଜଗବନ୍ଧୁ ନାୟକ , ସୁଶାନ୍ତ ସାବତ , ପ୍ରକାଶ ଚନ୍ଦ୍ର ପଣ୍ଡା, କୈଳାସ ପାଣିଗ୍ରାହୀ., ନୃସିଂହ ମୁନୀ, ଭାସ୍କର ସାହୁ, ସତ୍ୟବ୍ରତ,ରବି ମହାରଣା,ରବି ପଟ୍ଟନାୟକ , ପ୍ରଶାନ୍ତ ଚୌଧୁରୀ , ପୂର୍ବତନ ବିଧାୟକ ଶିବ ସାହାଣୀ ପ୍ରମୁଖ ଉପସ୍ଥିତି ଥିଲେ । ଖଲାସି ସାହି ସ୍ଥିତ ଅନାଥ ଆଶ୍ରମ ଅନ୍ତେବାସୀ ମାନଙ୍କୁ ଅନ୍ନ ବସ୍ତ୍ର ପ୍ରଦାନ କରାଯାଇଥିଲା ।


