କସ୍ତୁରଵା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଆବାସିକ ବିଦ୍ୟାଳୟରେ ଦୁଃଖଦ ଘଟଣା । କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଶନିବାର ରାତିରେ ଛାତ୍ରୀଙ୍କର ବାନ୍ତି ହେବାରୁ ରବିବାର ସକାଳୁ ଛାତ୍ରୀଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା । ସେ ୧୦ମ ଶ୍ରେଣୀର ଛାତ୍ରୀ ।ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଛତ୍ରପୁର ଥାନା ତରେଇପାଟପୁର ଗାଁର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା । ସେ ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଶନିବାର ରାତିରେ ଖାଇସାରି ଶୋଇବା ପରେ ଭୋର ୪ଟା ୩୦ ମିନିଟ ସମୟରେ ଅସୁସ୍ଥତା ଅନୁଭବ କରିବା ସହ ବାନ୍ତି ହୋଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବିଦ୍ୟାଳୟରେ ଦାୟିତ୍ୱରେ ଥିବା ୱାର୍ଡେନ ତାଙ୍କୁ ମେଡିସିନ ଖାଇବାକୁ ଦେଇଥିଲେ । କିନ୍ତୁ, ଛାତ୍ରୀଙ୍କର ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ରବିବାର ସକାଳ ସାଢ଼େ ୬ଟାରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଛତ୍ରପୁର ପୋଲିସ ବାନ୍ତି ଓ ସେ ଖାଇଥିବା ଔଷଧ ତଥା ସିରାପି ନମୁନା ସଂଗ୍ରହ କରିବା ସହିତ କେସ ନଂ ୭୯୯/୨୦୨୨ ମାମଲା ରୁଜୁ କରି ଏହାର ତଦନ୍ତ କରୁଥିବା ବେଳେ ଛାତ୍ରୀ ଙ୍କ ପରିବାର ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ।ସୂଚନା ଥାଉକି ,ଏହି ବିଦ୍ୟାଳୟର ଆଉ ଜଣେ ଛାତ୍ରୀ ଲିଲି ପ୍ରଧାନ ,କମାପଲ୍ଲୀ ଗ୍ରାମର ସେ ଦୁଇ ଦିନ ତଳେ ଅସୁସ୍ଥ ହୋଇ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିଲେ l ସେ ସୁସ୍ଥ ହୋଇ ଘରକୁ ଫେରିଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ଶିକ୍ଷା ବିଭାଗର ଗୁରୁ-ଛାତ୍ର କଲ୍ୟାଣି ପାଣ୍ଠିରୁ ମୃତ ଛାତ୍ରୀଙ୍କ ବାପାଙ୍କୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି l


