ନିର୍ଭୟା ମାମଲା : ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀମାନେ ମୃତ୍ୟୁ ଦଣ୍ଡାଦେଶକୁ ଟାଳିବା ଲାଗି ଗୋଟିଏ ପରେ ଗୋଟିଏ ଆଇନଗତ ପେଞ୍ଚ ଖେଳିବାରେ ଲାଗିଛନ୍ତି। ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଛି। ଏହାପୂର୍ବରୁ ସେ ଫେବ୍ରୁଆରି ପହିଲା ଦିନ ରାଜକ୍ଷମା ଆବେଦନ କରିଥିଲା ଓ ତାହା ପରେ ଖାରଜ ହୋଇଥିଲା। ପୂର୍ବରୁ ଦାଖଲ ହୋଇଥିବା ରାଜକ୍ଷମା ଆବେଦନରେ ସଂପୂର୍ଣ୍ଣ ତଥ୍ୟ ନ ଥିବା ଦର୍ଶାଇ ପୁନଃ ଆବେଦନ କରିଛି ଅକ୍ଷୟ ଠାକୁର। ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଗତକାଲି ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା । ୩ ମାର୍ଚ୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛି।
ଟ୍ରାଏଲ୍‌ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ମାର୍ଚ୍ଚ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ଏବଂ ଏଥିପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି ହୋଇଛି। ଆସନ୍ତା ସୋମବାର ସୁପ୍ରିମ୍‌ କୋର୍ଟ ଏ ସଂକ୍ରାନ୍ତରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ପୁଣି ଥରେ ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶ ଲଗାଇବା ପାଇଁ ଏହା ଦୋଷୀଙ୍କ ପକ୍ଷରୁ ଯୋଜନାବଦ୍ଧ କୌଶଳ ବୋଲି କୁହାଯାଉଛି। ପବନର କ୍ୟୁରେଟିଭ୍‌ ପିଟିସନ ପରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାର ଆଇନଗତ ଅଧିକାର ରହିଛି।
ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ଆବେଦନ ଖାରଜ ହେବା ପରେ ରାଷ୍ଟ୍ରପତିଙ୍କ ନିକଟରୁ କ୍ଷମା ଆବେଦନ ସଂକ୍ରାନ୍ତ ନିଷ୍ପତ୍ତି ଆସିବା ପାଇଁ ୩/୪ ଦିନ ଲାଗି ଯାଇଥାଏ। ଏଭଳି ସ୍ଥିତିରେ ୩ ମାର୍ଚ୍ଚ ପାଇଁ ଜାରି ହୋଇଥିବା ଡେଥ୍‌ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହି ମାମଲାରେ ଅନ୍ୟ ୩ ଜଣ ଦୋଷୀ ଅକ୍ଷୟ, ବିନୟ ଏବଂ ମୁକେଶ ପାଖରେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ ବୋଲି କୁହାଯାଉଥିବା ବେଳେ ଅକ୍ଷୟ ପୁଣି ଥରେ ଫାଶୀରୁ ବର୍ତ୍ତିବା ଲାଗି ରାଜକ୍ଷମା ଆବେଦନ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ