କାନପୁର ଗ୍ରାମରେ ଧାନ ପେସିବା ବେଳେ ହଲର ମେସିନିରେ ଚାପି ହୋଇ ମହିଳା ମୃତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ସୋସୋ ଥାନା ଅଧିନସ୍ଥ କାନପୁର ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ଧାନ ପେସିବା ବେଳେ ହଲର ମେସିନିରେ ଚାପି ହୋଇ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ କାନପୁର ଗ୍ରାମର ବିଜୟ ଖମାରୀଙ୍କ ପତ୍ନୀ ସଂଯୁକ୍ତା ଖମାରୀ ନିଜ ଘରର ଧାନ ପେଷିବା ପାଇଁ ଆଜି ଏକ ହଲର ମେସିନି କୁ ଡକାଇ ଆଣିଥିଲେ। ଘର ସମ୍ମୁଖରେ ମେସିନି ରେ ଧାନ ଢାଳିବା ସମୟରେ ଅସାବଧାନତା ବସତ ପିନ୍ଧା ଲୁଗା ଟି ହଲର ମେସିନିରେ ଗୁଡ଼ାଇ ହୋଇଯିବାରୁ ତାଙ୍କ ମୁଣ୍ଡଟି ମେସିନିରେ ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମେସିନି ଭିତରେ ଶରୀର ଟି ଲାଗି ରହିଥିବାରୁ ଗ୍ରାମବାସୀ ମାନେ ଅଗରପଡା ଅଗ୍ନିଶମ ବିଭାଗ ର କର୍ମଚାରୀ ମାନଙ୍କୁ ଡକାଇ ମୃତଦେହକୁ ଉଦ୍ଧର କରିବାକୁ ଲାଗିଥିଲେ। ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଏଭଳି ଦୁଃଖ ଦାୟକ ଘଟଣା ରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


