କାନ୍ଧରେ ହଳ ରଖି ଜମିରେ ଚାଷ କରୁଛନ୍ତି ମହିଳା
ଜମିରେ ବଳଦ ହଳ କରିଥାଏ କିମ୍ବା ଆଜିର ଆଧୁନିକ ଯୁଗରେ ମେଶିନ ସାହାଯ୍ୟରେ ମଧ୍ୟ ହଳ ହେଉଛି । କିନ୍ତୁ ଜଣେ ମହିଳାଙ୍କ ନିକଟରେ ବଳଦ ନ ଥିବାରୁ ସେ ନିଜ କାନ୍ଧରେ ହଳ ରଖି ଜମିଚାଷ କରୁଛନ୍ତି ।

। ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଜିଲ୍ଲା ଝାବୁଆର ଉମରକୋଟ ଅଞ୍ଚଳରେ । ଉମରକୋଟର ରାମଲୀ ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ଏହି କାମରେ ତାଙ୍କ ଝିଅ ତାଙ୍କୁ ସାହାଯ୍ୟ କରୁଛନ୍ତି । ରାମଲୀ ଅତ୍ୟନ୍ତ ଗରିବ ହୋଇଥିବାରୁ ଯାହା କିଛି ଜମି ଅଛି ସେଥିରେ ମକ୍କା, ମୁଗ, ଲଙ୍କା ଆଦି ଚାଷ କରି ପରିବାର ଚଳାଇଥାନ୍ତି । ୨୫ ହଜାର ଟଙ୍କା ଦେଇ ବଳଦ କିଣିବା ତାଙ୍କ ପକ୍ଷେ ଅସମ୍ଭବ ହୋଇଥିବାରୁ ସେ ନିଜେ ବଳଦ ସାଜି ଜମିରେ ହଳ କରୁଛନ୍ତି । ରାମଲୀଙ୍କ ସ୍ୱାମୀ ଗୁଜୁରାଟର ଭାରୋବରେ ମୂଲ ଲାଗିଥାନ୍ତି । ଅନ୍ୟପକ୍ଷରେ ପ୍ରଶାସନ ନିକଟରେ ଏହି ଖବର ପହଞ୍ଚିବା ପରେ ଯାଞ୍ଚ ଆରମ୍ଭ ହୋଇଛି ।


