ଆଇନା କହିବ ଆପଣ କେତେ ସୁନ୍ଦର

ସୁନ୍ଦର ଦେଖାଯିବାକୁୂ କିଏ ନ ଚାହେଁ । କିନ୍ତୁ ସମସ୍ତେ ନିଜ ସୁନ୍ଦରତାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହନ୍ତି । ଯଦି ଏଭଳି ଭାବନା ଆପଣଙ୍କର ବି ଥାଏ, ତେବେ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହିଁ । ଏକ ଆମେରିକା କମ୍ପାନୀ ଏଭଳି ଆଇନା ତିଆରି କରିଥିବା ଦାବି କରିଛି, ଯାହାକୁ ଦେଖିବା ମାତ୍ରକେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ସମ୍ପୂର୍ଣ୍ଣ ଆକଳନ କରି ତାହା ସ୍କ୍ରିନ୍ରେ ପ୍ରଦାନ କରିବାର କ୍ଷମତା ରଖିଛି । ଏହି ଆଇନାର ନାମ ରହିଛି ହାଏମିରର୍ ମିନି । ବ୍ୟକ୍ତିଙ୍କର ପ୍ରଥମେ ଆଇନା ଫଟୋ ସଂଗ୍ରହ କରିଥାଏ । ଭଏସ୍ କମାଣ୍ଡ୍ ଉପରେ ଚାଲୁଥିବା ଏହି ଆଇନା ଫଟୋ ଆଧାରରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ, ତ୍ୱଚା, ନମନୀୟତା, ସୌନ୍ଦର୍ଯ୍ୟ ଏବଂ ତ୍ୱଚାର ଉଜ୍ଜ୍ୱଳତା ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ କରିଥାଏ । ତେବେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଆଇନା ଦୁର୍ବଳ ହୃଦୟର ବ୍ୟକ୍ତିବିଶେଷଙ୍କ ପାଇଁ ହାନିକାରକ । କାରଣ ଏହା ଦ୍ୱାରା ସେମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ବ୍ରିଟିଶ୍ ବଜାରରେ ଏହି ଆଇନାର ମୂଲ୍ୟ ୨୩୯ ପାଉଣ୍ଡ୍ ଅର୍ଥାତ୍ ୨୧,୭୭୧ ଟଙ୍କା ରହିଛି । ଏହି ଆଇନା ୧ରୁ ୧୦୦ ସ୍କେଲ୍ ରେଟିଂ ମଧ୍ୟରେ ସୂଚନା ପ୍ରଦାନ କରେ । ୧୦୦ ରେଟିଂ ମିଳିବା ଅର୍ଥ ବ୍ୟକ୍ତିଙ୍କ ତ୍ୱଚା ଅତ୍ୟନ୍ତ ସୁନ୍ଦର ରହିଛି । ଏହାଛଡ଼ା ଆଇନାରେ ଚେହେରାର ଯତ୍ନ ସମ୍ପର୍କରେ ଜରୁରୀ ତଥ୍ୟ ପ୍ରକାଶ ପାଇଥାଏ । ବ୍ୟକ୍ତିଙ୍କୁ ଏହା ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ବିଭିନ୍ନ ପରାମର୍ଶ ମଧ୍ୟ ପ୍ରଦାନ କରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ