କାର୍ଯ୍ୟରତ ଓଡିଶା କୃଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ବିଭିନ୍ନ ଦାବି ନେଇ ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଓଡିଶା କୃଷି ସେବା ସଂଘ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡର ମାନଙ୍କ ସହ ସମକକ୍ଷ କରି କୃଷି ବିଭାଗର ଅଧିକାରୀଙ୍କୁ ଗ୍ରୁପ ଏ ରେ ନିଯୁକ୍ତି କରିବା, ସରକାରଙ୍କ ସମସ୍ତ ଯୋଜନାକୁ ସେମାନେ ସଠିକ୍ ରୂପେ କାର୍ଯ୍ୟକାରି କରିଆସୁଥିବା ବେଳେ କ୍ୟାଡର ପୁନର୍ବିନ୍ୟାସରେ ବିଳମ୍ବ ଯୋଗୁଁ ଯଥାଶୀଘ୍ର କ୍ୟାଡର ପୁନର୍ବିନ୍ୟାସ କରିବା ଭଳି ବିଭିନ୍ନ ଦାବି ନେଇ ସେମାନେ ଏହି ସ୍ମାରକପତ୍ର ରେ ଉଲ୍ଲେଖ କରିଛନ୍ତି । ଏନେଇ ପୂର୍ବରୁ ସେମାନେ ପ୍ରମୁଖ ଶାସନ ସଚିବଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେମାନେ ଶୁକ୍ରବାର ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଯଦି ଏହାର ସମାଧାନ ନ ହୁଏ ଆସନ୍ତା ଅଗଷ୍ଟ ୩୧ ତାରିଖରୁ କାର୍ଯ୍ୟରେ ଅସହଯୋଗ କରିବା ସହିତ ସମୁହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଗଂଜାମ ଜିଲ୍ଲାରେ କାର୍ଯ୍ୟରତ ଓଡିଶା କୃଷି ସେବା ସଂଘର ସଭାପତି ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, ସମ୍ପାଦିକା ପ୍ରଣତି ପଣ୍ଡା, କୋଷାଧ୍ୟକ୍ଷ ଅନିଲ ବେହେରା ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ସୁଧାଂଶୁ କୁମାର ନନ୍ଦ, ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ କୃଷି ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ