କାର୍ଯ୍ୟରେ ଅବହେଳା ନେଇ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ

ଛତ୍ରପୁର: (ଯୁଗାବ୍ଦ ନ୍ୟୁଜ୍) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ଡ଼ି. ସନ୍ତୋଷ ପ୍ରଧାନଙ୍କୁ ଗତକାଲି ଗଂଜାମ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । କାର୍ଯ୍ୟରେ ଅବହେଳା, ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା, ଅଫିସରେ ବିଶୃଙ୍ଖଳା କରୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ଗତକାଲି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହିତ ନିଲମ୍ବନ ସମୟ ସରିବା ପର୍ଯ୍ୟନ୍ତ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଆସୁଥିବେ । ରୁଲ୍ ଅଫ୍ ଓଡ଼ିଶା ସର୍ଭିସ୍ କୋର୍ଡ ୧୯୬୨ ଅନୁସାରେ ତାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଚିଠି ନମ୍ବର ୭୦୨/ ୩୧.୭.୨୦୧୯ ଏକ ଚିଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କବିସୂର୍ଯ୍ୟନଗର ବିଡ଼ିଓଙ୍କ କାର୍ଯ୍ୟାଳୟକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ