କାଲିଠାରୁ ଏମସ ଓପିଡି ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଠାରୁ ଭୁବନେଶ୍ୱର ଏମସ ଓପିଡି ବନ୍ଦ ରହିବ । ଏନେଇ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁଁ ଓପିଡି ବନ୍ଦ ରହିବ । କିଛି କର୍ମଚାରୀ କରୋନା ପଜିଟିଭ ଆସିଥିବାରୁ କର୍ମଚାରୀ ଅଭାବ ଦେଖାଦେଇଛି । ଆଉ କିଛି କଣ୍ଟେନମେଣ୍ଟ ଜୋନର ହୋଇଥିବାରୁ ସେମାନଙ୍କୁ ଆସିବାକୁ ବାରଣ କରାଯାଇଛି । ଓପିଡି ବନ୍ଦ ରହୁଥିଲେ ବି ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ । ଏହା ସହ ଏକ ସ୍ୱତନ୍ତ୍ର ଆପ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ । ଏମସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ ଜରିଆରେ ଚିକିତ୍ସା ପରାମର୍ଶ ମିଳିବ ବୋଲି ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ହସ୍ପିଟାଲ, ବସ୍ତି ଓ କଲୋନୀରୁ ଡେଇଁ ଏବେ ପ୍ରତିଷ୍ଠିତ ସରକାରୀ ଓ ଘରୋଇ ଅଫିସରେ ପଶିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ