ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସିଲ୍

କେନ୍ଦୁଝର: ମାଡ଼ି ଚାଲିଛି କରୋନା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ କରାଯାଇଛି । ଜଣେ କରୋନା ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ବିଭାଗକୁ ସିଲ କରାଯାଇଛି । ତେବେ ହସ୍ପିଟାଲ ପରିସରସ୍ଥ ମୁଖ୍ୟ କୋଠାକୁ ଉକ୍ତ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୪୦ ଜଣଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁବାର ମୋଟ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କେନ୍ଦୁଝରରେ ଆଜି ଚିହ୍ନଟ ମୋଟ ୪୮ ଆକ୍ରାନ୍ତଙ୍କ ମଧ୍ୟରୁ ବଡ଼ବିଲର ୩୪ ଜଣ ହୋଇଥିବାବେଳେ ସବୁ ଲୋକାଲ କେସ ବୋଲି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ