କାଳିପଲ୍ଲୀ ଓ ବାସନାପୁଟି ଗ୍ରାମର ଭଦ୍ରବ୍ୟକ୍ତି ନେଇ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) : ବିଭିନ୍ନ ଦାବି ନେଇ କାଳିପଲ୍ଲୀ ଓ ବାସନାପୁଟି ଗ୍ରାମର ଭଦ୍ର ବ୍ୟକ୍ତି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଯୁବନେତା ବି. ଚକ୍ରପାଣି ପାତ୍ରଙ୍କ ସଭାପତିତ୍ୱରେ ଦୁଇଗ୍ରାମ ମଧ୍ୟରେ ଥିବା ଚାରିଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଟାଟା କମ୍ପାନୀ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ଉଭୟ ଗ୍ରାମବାସୀ ମାନେ ଆଲୋଚନା କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନକୁ ଆସନ୍ତା ଦିନରେ ଲିଖିତ ଭାବେ ଜଣାଇବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଏକ ୨୧ଜଣିଆ କମିଟି ଚୟନ କରାଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶଙ୍କୁ ଉପଦେଷ୍ଟା ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବୟଜୈଷ୍ଠ ଉପଦେଷ୍ଟା ଭାବେ ସିଏଚ. କ୍ରିଷ୍ଣା ରେଡ୍ଡୀ, ସଭାପତି ଭାବେ ବି.ଚନ୍ଦ୍ରମଣି ପାତ୍ର , ସଂପାଦକ ଭାବେ ସିଏଚ.ରଘୁନାଥ ରେଡ୍ଡୀଙ୍କୁ ମଧ୍ୟ ଚୟନ କରାଯାଇଥିଲ।। ଏହି ବୈଠକରେ କାଳିପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ମୂରଲି ସାହୁ, ସଂପାଦକ ଏସ.ଗଣେଶ ପାତ୍ର, କୋଷାଧ୍ୟକ୍ଷ ପି.ରଘୁନାଥ ରେଡ୍ଡୀ, ପି.ଚନ୍ଦ୍ରୟା ରେଡ୍ଡୀ, ବି.ଗୋରେୟା ପାତ୍ର, ବାସନାପୁଟି ଗ୍ରାମ୍ୟ କମିଟି ସଭାପତି ସିଏଚ.ରଘୁନାଥ ରେଡ୍ଡୀ, ସଂପାଦକ ପି.ନାଗେଶ୍‌ୁ, କୋଷାଧ୍ୟକ୍ଷ ଜେ.ଦାଶରଥୀ ପାତ୍ର ଓ ସିଏଚ. ଭଗବାନ ରେଡ୍ଡୀଙ୍କ ସମେତ ଦୁଇଟି ଗ୍ରାମର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ