ସପ୍ତମ ଦିବସରେ ବିଧାୟକଙ୍କ ଦ୍ୱାରା ପାଞ୍ଚଟି ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀରେ ଗତ ଡିସେମ୍ବର ୧୩ ତାରିଖ ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ। ସେହି ଦିନଠାରୁ ବିଧାୟକ ଶ୍ରୀ ସାହୁ ଦୀର୍ଘ ୭ ଦିନ ହେଲା ସାକାଳୁ ସନ୍ଧ୍ୟା ଯାଏ ନେଉନାହାନ୍ତି ବିଶ୍ରାମ। ଗୋଟିଏ ଚିନ୍ତା କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପାଳନ କରିବେ। ଗରିବ ଲୋକମାନଙ୍କ ପାଖରେ କିପରି ପହଞ୍ଚିବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ। ବିଧାୟକଙ୍କ ଏହି ମହତ ଚିନ୍ତାଧାରାକୁ ସଫଳ ପାଇଁ ଆନ୍ତରିକ ଉଦ୍ୟମ କରୁଛନ୍ତି ପୋଲସରା ବ୍ଲକ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ମହୋଦୟ। ବିଧାୟକ ଓ ଦୁଇ ବ୍ଲକ ବିଡ଼ିଓ ଦ୍ୱୟଙ୍କ ଚେଷ୍ଟାରେ ସ୍ମାର୍ଟ କାର୍ଡ ବଣ୍ଟନ ଶେଷ ପର୍ଯ୍ୟାୟରେ ପହଁଞ୍ଚି ପାରିଛି। ରବିବାର ଦିନ ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ, ବେଲଗାଁ ଓ ଚିରିକିପଡା ଶାସନ ତିନିଗୋଟି ଗ୍ରାମ ପଞ୍ଚାୟତରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ ହୋଇଥିଲା। ସେହିପରି ବୁଗୁଡା ବ୍ଲକର ଗୌଡ଼ିଆ ବୋରଦା ଓ ମୋଟାବାଡ଼ି ଦୁଇ ଗ୍ରାମ ପଞ୍ଚାୟତରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ ହୋଇଥିଲା। ଉଭୟ ବ୍ଲକରେ ବ୍ଲକ ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧି ଉପସ୍ଥିତ ରହିଥିବା ବେଳେ କର୍ମଚାରୀ ବୃନ୍ଦ ସ୍ମାର୍ଟ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ