କାଶୀନଗରରେ ଗ୍ରାହକ ଅଧିକାର ସୁରକ୍ଷା କମିଟିର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗ୍ରାହକ ଅଧିକାର ସୁରକ୍ଷା କମିଟିର ଏକ ବୈଠକ କାଶୀନଗର ବଂଶଧାରା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରଶାନ୍ତ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଆର୍‌. ଲୋକନାଧମ୍ ପୂବ ର୍ ବୈଠକର ବିବରଣୀ ପାଠ କରିବା ସହ ବୈଠକର ଉଦ୍ଦେଶ୍ୟ ସମ୍ପ୍ରକରେ ସୂଚା ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରିଥିଲେ କମିଟର କାଶୀନଗର ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, କାଶୀନଗର ପ୍ରେସକ୍ଲବ ସଭାପତି ହୃଷୀକେଶ ଗୌଡ, ସାମ୍ବାଦିକ ଟି.କ୍ରିଷ୍ଣାରାଓ, ରାଜେଶ ମିସାଲ, ଅନପାତ୍ର, ଟୁନା ଚୌଧୁରୀ. କମିଟିର ପାରଳାଖେମକୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟକାରୀ ସଭାପତି ରଂଜନ ମହାପାତ୍ର, ସଦସ୍ୟ ଟି. ଚକ୍ରଧର ନାୟକ, ଆର୍‌. ଧର୍ମାରାଓ, କାଶୀନଗର ରଇତ ସଂଘ ଉପସଭାପତି ୱାଇ ଧନଂଜୟ, ଦେବୀ ୟୁଥ୍ ସଭାପତି ପି.ତିରୁପତି ପ୍ରମୁଖ । ସଭାପତୀୟ ଅଭିଭାଷଣରେ ଶ୍ରୀ ମିଶ୍ର ଗ୍ରହକ ଅଧିକାର କଣ ଓତାର ସୁରକ୍ଷା ପାଇଁ କି ଆବଶ୍ୟକତା ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ତାରିଣା ଆପଟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ