କାଶୀନଗରରେ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମା ସମାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାର କାଶୀନଗର ଏନଏସି ଓ ବ୍ଲକ ମଧ୍ୟରେ ପରିକ୍ରମା କରିଥିବା ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି. କାଶୀନଗର ଏନଏସିର ଦୁଇ ଦିନ ଧରି ପ୍ରତ୍ୟେକ ୱାର୍ଡର ଜନସାଧାରଣ ଅର୍ପଣ ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ଶ୍ରଦ୍ଧା ପୂର୍ବକ ଅରୁଆ ଚାଉଳ, ଗୁଆ ସହ କିଛି ଅର୍ଥ ମଧ୍ୟ ଦାନ ଦେଇଥିଲେ.ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ପରିକ୍ରମା କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ. ସେହି ପରି ବ୍ଲକ ରେ ଥିବା ପ୍ରତ୍ୟେକ ପଞ୍ଚାୟତ ମଧ୍ୟରେ ଥିବା ଛୋଟ ଛୋଟ ଗ୍ରାମ ମାନଙ୍କରେ ପଞ୍ଚାୟତ ବାସି ତିନି ଦିନ ଧରି ଭ୍ରମଣ କରୁଥିବା ପରିକ୍ରମା ପ୍ରକଳ୍ପ ରଥ କୁ ଶଙ୍ଖ, ହୁଳହୁଳି ଓ ସଂକୀର୍ତନ ମାଧ୍ୟମରେ ସ୍ୱାଗତ କରି ଭକ୍ତିପୂତ ଭାବନା ରେ ଦାନ କରୁଥିବା ଦୃଶ୍ୟମାନ ହେଉଥିଲା. ସ୍ଥାନୀୟ ବି ଡି ଓ ଅନୁପ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଉପାଧ୍ୟାକ୍ଷା କଲ୍ୟାଣୀ ଦେବୀ , ବି ଜେ ଡି ଦଳ ର ବ୍ଲକ ସଭାପତି ଅଖିଳ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗଜପତି ପ୍ରଭାରୀ ଶଶୀଭୁଷଣ ମହାନ୍ତି ଓ ଯୁବ ନେତା ଇଂ ରୁପେଶ ପାଣିଗ୍ରାହୀ ପ୍ରତ୍ୟେକ ପଞ୍ଚୟତ ଗସ୍ତ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ