ରାୟଗଡ ପଞ୍ଚାୟତ ସମିତି ବୈଠକରେ ଯନ୍ତ୍ରୀମାନଙ୍କ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନର ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗୁଦ୍ଗୁଦା ଜଳପ୍ରପାତ ନିକଟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବାରୁ ବୈଠକରେ ଅସନ୍ତୋଷ ଦେଖାଦେଇଛି. ବ୍ଲକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧୁକାରୀ ଡ. ଗୁଣନିଧୁ ନାୟକ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ବିଡିଓ ସୁଧୀର ସିଂ, ସାଂସଦ ପ୍ରତିନିଧ୍ ଅନ୍ତର୍ଯ୍ୟାମୀ ଗମାଙ୍ଗ, ସହ କାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା, ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ, ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି ପ୍ରମୁଖ ମଞ୍ଚାସୀନ ଥିଲେ। ପଞ୍ଚାୟତ ପ୍ରତିନିଧିଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀଉପାଧ୍ଯକ୍ଷା ଜ୍ୟୋତି ପ୍ରସାଦ ପାଣି, ଏବଂ କନିଷ୍ଠ ଯନ୍ତ୍ରୀମାନେ ଅଣଦେଖାକରୁଥିବା ବୈଠକରେ ପ୍ରତିନିଧୂମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୈଠକରେ ହୋ ହାଲ୍କା ହୋଇଥିଲା। ଶିକ୍ଷା, ଉନ୍ନୟନ, ପଶୁ ସମ୍ପଦ, କୃଷି, ଖାଦ୍ୟ ଯୋଗାଣ, ମନେରଗା ଆଦି ବିଭାଗ ଉପରେ ଆଲୋଚନା କରାଯାଇଥିଲା।


