କାଶୀନଗର ଏନ୍ଏସିର ପ୍ରଥମ ସାଧାରଣ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ସୋମବାର ଦିନ ପରିଷଦର ସଭାଗୃହରେ ଅଧ୍ୟକ୍ଷ। ଏମ. ସୁଧାରାଣୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ.ନ.ଏସି ର ସର୍ବାଙ୍ଗୀନ ଉର୍ନତି ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା | ବିଶେଷ କରି ରାସ୍ତାଘାଟ, ପାନୀୟ ଜଳ ସମସ୍ୟା, ନାଳନର୍ଦ୍ଦମା, ସ୍ବଚ୍ଛ ଓ ସୁସ୍ଥ ସହର ଗଠନ, ସୌନ୍ଦର୍ଯ୍ୟକରଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ଏହା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା କାର୍ଯ୍ୟକ୍ରମ ଗୁଡିକୁ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେଥି ସକାଶେ ଆଲୋଚନା ମଧ୍ୟ ହୋଇଥିଲା | ସେହିପରି ବାର୍ଦ୍ଧକ୍ୟ ଭତ୍ତା ସମେତ ଅନ୍ୟାନ୍ୟ ଭତ୍ତା ଗୁଡିକ ସଠିକ୍ ସମୟରେ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ଉପାଧ୍ୟକ୍ଷ ରଘୁ ରାମ ସାହୁ ବକ୍ତବ୍ୟ ରଖିଥିଲେ | ଏହି ବୈଠକରେ ଏନ୍ଏସିର ନିର୍ବାହୀ ଅଧିକାରିଣୀ ଡ.ସତ୍ୟସମ୍ପର୍ଣ୍ଣା ରାଉତ ପ୍ରମୁଖଙ୍କ ସମେତ ଏନ୍ଏସିର ସମସ୍ତ କର୍ମକର୍ତ୍ତା ଓ କାଉନସିଲର ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ |


