କାଶୀନଗର ଥାନା ଆଇ.ଆଇ.ସି ଙ୍କୁ ବିଦାୟ କାଳୀନ ସମ୍ବର୍ଧନା
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଗଜପତି ଜିଲ୍ଲା କାଶୀନଗର ଥାନା ଆଇ.ଆଇ.ସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କୁ ବିଦାୟ ସମ୍ବର୍ଧନା ପ୍ରେସ କ୍ଳବ ତରଫରୁ ଦିଆଯାଉଥିଲା | ଶ୍ରୀ ପାତ୍ର ଏଠାରେ ୩ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରି ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେଇ ଆସୁଥିଲେ | ତାଙ୍କ ସମୟରେ ବହୁ ପୋଲିସ ଆଇନ ମୋ ପୋଲିସ କାର୍ଯ୍ୟକ୍ରମ ଦ୍ୱାରା ଜନସଚେତନତା କରି ଲୋକଙ୍କ ଠାରେ ପ୍ରଶଂସା ପାଇଛନ୍ତି | ପ୍ରେସ କ୍ଳବ ସହ ସୁସମ୍ପର୍କ ରକ୍ଷା ସାମ୍ବାଦିକ ମନକୁ ସମ୍ମାନ ଦେଇ ଆସୁଥିବା ଯୋଗୁ ପ୍ରେସ କ୍ଳବ ଦ୍ୱାରା ତାଙ୍କୁ ସମ୍ବର୍ଧନା ଦିଆଯାଇଥିଲା | ନୂତନ ଥାନା ଅଧିକାରୀ ଆଇ.ଆଇ.ସି ସୁଶାନ୍ତ କୁମାର ସାହୁଙ୍କୁ ମଧ୍ୟ ଏ ଅବସରରେ ସ୍ୱାଗତ କରାଯାଇଥିଲା | ଏହି ସମ୍ବର୍ଧନା ସଭାରେ ହୃଷିକେଶ ପୌଢ଼ ଅଧକ୍ଷତା କରିଥିଲେ | ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର, ଡାକ୍ତର ପାର୍ଥସାରଥୀ ବେହେରା, ଯୋଗ ଦେଇଥିଲେ | କ୍ଳବ ର ଉପଦେଷ୍ଠା କବି ପ୍ରଶାନ୍ତ ମିଶ୍ର ସମ୍ବର୍ଧନା ଓ ସ୍ୱାଗତ କରି ଦୁଇ ଅଧିକାରୀଙ୍କର କାର୍ଯ୍ୟ ଦକ୍ଷତା ବର୍ଣ୍ଣନା କରିଥିଲେ | ସାମ୍ବାଦିକ ମନୋଜ ଚୌଧୁରୀ, ଟି.କ୍ରିଷ୍ଣା ପ୍ରଭାକର ରେଡି, ସେବା ସମ୍ପାଦକ କେ.ରାମା ରାଓ, ଯୁବନେତା ରଘୁରାମ ସାହୁ ପ୍ରମୁଖ ଶ୍ରୀ ପାତ୍ରଙ୍କ ଗୁଣଗାନ କରି ଭାଷଣ ଦେଇଥିଲେ |


