ସମାଜସେବୀ ପ୍ରତାପ ସାହୁ ପାଇଲେ କୋଭିଡ଼୍ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ବିଶିଷ୍ଟ ସମାଜସେବୀ ତଥା ଦରଦୀ ମଣିଷଙ୍କ ବନ୍ଧୁ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ଦୈନିକ ଖବରକାଗଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ ଉତ୍ସବରେ ଶ୍ରୀଯୁକ୍ତ ସାହୁଙ୍କୁ ଏହି ସମ୍ମାନିତ କରାଯାଇଥିଲା । ଏହି ଉତ୍ସବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ପ୍ରତାପ ଜେନା, କଟକ ସାଂସଦ ଭର୍ତ୍ତୃହରି ମହାତାବ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମାଜରେ ଉଲ୍ଳେଖନୀୟ ଅବଦାନ ପାଇଁ ୧୦ଜଣ ବ୍ୟକ୍ତିଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅତିଥିମାନେ ଶ୍ରୀଯୁକ୍ତ ସାହୁଙ୍କୁ ଉପୌଢକନ, ମାନପତ୍ର ଓ ୫ ହଜାର ଟଙ୍କା ସହ ସମ୍ମାନିତ କରାଯାଇଥିଲା ।
ପ୍ରକାଶଥାଉକି ପିଲାବେଳୁ ସମାଜସେବା କ୍ଷେତ୍ରରେ ମନୋନିବେଶ କରିଥିବା ପ୍ରତାପ ସାହୁ ଜମିଦାର ପରିବାରରେ ଜନ୍ମ ହୋଇ ମଧ୍ୟ ଜମିଦାରୀ ପ୍ରଥାକୁ ଘୃଣା କରି ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ସହଯୋଗ କରି ଆସୁଥିଲେ । ପରେ ଉଠାଦୋକାନୀ, ବସ୍ତିବାସିନ୍ଦା, କିନ୍ନର ଓ ଦେହଜୀବୀମାଙ୍କ ପାଇଁ କାର୍ଯ୍ୟକରି ଆସୁଛନ୍ତି । ଏହା ପରେ କୃଷକମାନଙ୍କ ଅଧିକାର ପାଇଁ ଲଢେଇ କରିବା, ଭାରତର ସର୍ବପ୍ରଥମ କୃଷକ ମନ୍ଦିର ପ୍ରତିଷ୍ଠା କରିବା ବସ୍ତିବାସିନ୍ଦାଙ୍କ ପାଇଁ ଜମିର ଅଧିକାର ପାଇଁ ଲଢେଇ କରିବା । ୧୯୯୯ ମହାବାତ୍ୟା. ହୁଡ୍‌ହୁଡ଼୍ ଓ ଫନୀ ଠାରୁ ଆରମ୍ଭ କରି ମହାମାରୀ କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ଶୁଖିଲା ରନ୍ଧାଖାଦ୍ୟ, ବଣ୍ଟନ ସହ ମାସ୍କ, ସାବୁନ, ସର୍ଫ ଏବଂ ଗ୍ଲୁକୋନଡ଼ି ଆଦି ବଣ୍ଟନ କରିବା ସହିତ ଗାଁ ଗାଁ, ଘର ଘର ଓ ସହର ବୁଲି ଲୋକମାନଙ୍କ ଘର, ଦୋକାନ, ସ୍କୁଲ୍‌, କଲେଜ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ମାଗଣାରେ ସାନିଟାଇଜ କରିଆସୁଛନ୍ତି । ଏ ବାବଦରେ ପ୍ରତାପ ସାହୁ କହିଛନ୍ତି ଏହି ସମ୍ମାନ ପାଇଥିବାରୁ ମୋତେ ଆଗକୁ ଏଭଳି ଅନେକ କାମ କରିବାକୁ ପ୍ରେରଣା ଯୋଗାଇବ ଏବଂ ପାଇଥିବା ଅର୍ଥରାଶିରେ ଗରିବ ଅସହାୟ ଲୋକମାନଙ୍କୁ ହର୍ଲିକ୍ସ, ଭିଟାମିନ୍ ଟାବଲେଟ ବଣ୍ଟନ କରିବି ବୋଲି ନିଜ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ