କାଶୀନଗର ବିଇଓଙ୍କ ଅବହେଳା ଅନେକ ସ୍କୁଲ ସମ୍ମୁଖରେ ଜମି ରହୁଛି ନର୍ଦ୍ଦମା ଜଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୧୨ ପଞ୍ଚାଯତ ଓ ଏନ୍ ଏସିରେ ୧୩ଟି ୱାର୍ଡ ରହିଥ‌ିବା ବେଳେ ଏଠାରେ ଶିକ୍ଷାର ଉନ୍ନତି ହେବା ବଦଳରେ ଅବନତି ହେବାରେ ଲାଗିଛି। କାଶୀନଗର ବିଇଓଙ୍କ ଦାୟିତ୍ୱହୀନତା ଓ ଅବହେଳା ଯୋଗୁଁ ଅନେକ ସ୍କୁଲ ସମ୍ମୁଖରେ ନର୍ଦମା ଜଳ ଜମି ରହିବା ଯୋଗୁଁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. କାରଣ ଏଠାରେ ଶିକ୍ଷା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖ‌ିବାକୁ ମିଳିଛି I ବର୍ତ୍ତମାନ ବର୍ଷା ଋତୁ ହୋଇଥ‌ିବାରୁ ପ୍ରାୟ ବର୍ଷା ହେଉଛି। ଏଥିଯୋଗୁଁ କାଶୀନଗର ବ୍ଲକର ବହୁ ବିଦ୍ୟାଳୟ ସାମ୍ନାରେ ବର୍ଷା ପାଣି ଜମି ରହିଛି ଓ ଆଗାମୀ ଦିନରେ ଛାତ୍ରଛାତ୍ରୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ପ୍ରକାଶ ପାଉଛି ବୋଲି ଅଭିଯୋଗ ଅଭିଯୋଗ କରୁଛନ୍ତି । ବର୍ତ୍ତମାନ ଏହି ଅସୁବିଧା ଯୋଗୁ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି ଅଭିଭାବକ। କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ତଦାରଖ କରୁ ନ ଥିବା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ସେହିପରି କାଶୀନଗରର ବହୁ ହାଇସ୍କୁଲରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କଠାରୁ ପ୍ରମାଣପତ୍ର ପ୍ରଦାନ ନେଇ ଅର୍ଥ ନିଆଯାଉଥିବା ଅଭିଯୋଗ ପରେ ବି ସ୍ଥାନୀୟ କର୍ତ୍ତୃପକ୍ଷ ସେଥିପ୍ରତି କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ | ବର୍ତମାନ କାଶୀନଗର ଅଞ୍ଚଳରେ ଶିକ୍ଷା ପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ବିଦ୍ୟାଳୟରେ ସିଆରସି ପଦରେ ଜଣେ ଶିକ୍ଷକ ରହିଛନ୍ତି ଏବଂ ସେମାନଙ୍କ କାର୍ଯ୍ୟ ବିଦ୍ୟାଳୟରେ ପ୍ରତ୍ୟେକ ସୁବିଧା ଅସୁବିଧା ଅନୁଧ୍ୟାନ କରିବା ସହ ସେଥ୍ପ୍ରତି ଗୁରୁତ୍ବ ଦେବା ରହିଛି। କିନ୍ତୁ ଉକ୍ତ ବ୍ଲକରେ ଅଧିକାଂଶ ସିଆରସି ପଦରେ ରହିଥ‌ିବା ଶିକ୍ଷକ କୌଣସି ତଦାରଖ କରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି । ଗୌରୀ ଗ୍ରାମର ବିଦ୍ୟାଳୟ ହେଉକି କାଶୀନଗର ଏନଏସିରେ ଥିବା ଅଧିକାଂଶ ବିଦ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଜମି ରହିଥ‌ିବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ପାଇଁ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି I ଏଥିପ୍ରତି ଗୋଷ୍ଠୀ ଶିକ୍ଷା ଅଧୂକାରୀ କିମ୍ବା ସିଆରସି ଦୃଷ୍ଟି ଦେଉନାହାନ୍ତି I ବହୁଦିନ ଧରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ବାରମ୍ବାର ଅସନ୍ତୋଷ ନେଇ ଖବର ପ୍ରକାଶ ପାଇବା ସତ୍ତ୍ବେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି| ଅତିଶୀଘ୍ର ଉକ୍ତ ସମସ୍ୟାର ସମାଧାନ ପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ