ଓଷକଣା ପଂଚାୟତ ସମିତି ସଭ୍ୟାଙ୍କୁ ଅସଦଚାରଣ ଅଭିଯୋଗ

ନାଉଗାଁ,: ଓଷକଣା ପଂଚାୟତର ସମିତି ସଭ୍ୟାଙ୍କୁ ର୍ଦୁବ୍ୟବହାର କରାଯାଇଥିବାକୁ ନେଇ ନାଉଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଓଷକଣା ପଂଚାୟତର ସମିତି ସଭ୍ୟା ଜୟନ୍ତୀ ଭୋଇଙ୍କୁ ଓଷକଣା ଗ୍ରାମର ନରେଶ ସ୍ୱାଇଁ ବିଭିନ୍ନ ଅଶ୍ଳିଳ ଭାଷା ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରି କହୁଥିଲେ । ତାଙ୍କ ସ୍ୱାମୀ ସେଠାରେ ପହଁଚି ନରେଶକୁ ବିରୋଧ କରିବାରୁ ନରେଶ ତାକୁ ତଳେ ପକାଇ ଗାଳିଗୁଲଜ କରିବା ସହିତ ତଂଟି ଚିପି ଜୀବନରେ ମାରି ଦେବାକୁ ଉଦ୍ୟମ କରୁଥିଲେ । ଜୟନ୍ତୀ ଚିତ୍କାର କରିବାରୁ ପାଖପଡିଶା ଆସି ତାଙ୍କ ସ୍ୱାମୀକୁ ନରେଶ ଠାରୁ ଉଦ୍ଧାର କରିଥିଲେ । ସେମାନେ ପରେ ନରେଶକୁ ବିଦା କରି ଦେଇଥିବା ଜୟନ୍ତୀ ଅଭିଯୋଗ ଦର୍ଶାଇଛନ୍ତି । ନାଉଗାଁ ପୋଲିସ ପକ୍ଷରୁ ଅଭିଯୋଗ ଭିତିରେ ୩୯/୨୦୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ