କିନ୍ନରଙ୍କୁ ପଟ୍ଟା ବଣ୍ଟନ କଲେ ଗଂଜାମ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ନିଆଯାଇ କାର୍ଯ୍ୟକାରୀ କରାଯାଉଥିବା ବେଳେ ଆଜି ଖଲିକୋଟ ଅଂଚଳର କିନ୍ନର ମାନଙ୍କ ହିତ ନିମନ୍ତେ ପ୍ରଶାସନ ପକ୍ଷରୁ ଉତ୍ତମ କାର୍ଯ୍ୟକରାଯାଇଛି । ଖଲିକୋଟ ଅଂଚଳରେ ଜମିହୀନ ରହିଥିବା କିନ୍ନର ମାନଙ୍କୁ ବସୁନ୍ଧରା ଯୋଜାନରେ ପଟ୍ଟା ପ୍ରଦାନ କରାଯାଇଛି । ଗଂଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ଖଲିକୋଟ ତହସିଲଦାରଙ୍କ ନେତୃତ୍ୱରେ ଆଜି ୧୭ଜଣ ଜମିହୀନ କିନ୍ନର ମାନଙ୍କୁ ଘରପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଗଂଜାମ ଏସପି ବ୍ରଜେଶ କୁମାର ରଏ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାର ଖେସ୍ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ , ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଖଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ସମେତ ବହୁ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହା ଫଳରେ କିନ୍ନର ମହାସଂଘ ପକ୍ଷରୁ ସମସ୍ତ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ