ଆତ୍ମ ସୁରକ୍ଷା କୌଷଳ ତାଲିମ ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆତ୍ମ ସୁରକ୍ଷା କୌଷଳ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତାଲିମ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁକ୍ତ ଦୁଇର ପ୍ରାୟ ୧୫୦ ଜଣ ଛାତ୍ରୀ ଭାଗ ନେଇଥିଲେ । ମାଷ୍ଟରର ଟ୍ରେନର ଭାବେ ଡି. ସରସ୍ୱତୀ ଓ ସଙ୍ଗୀତା କୁମାରୀ ଯୋଗ ଦେଇ ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳର ଅଧ୍ୟକ୍ଷ କିଶୋର କୁମାର ବେହେରା, ଅଧ୍ୟାପିକା ଡଃ ଆରତୀ କୁମାରୀ ପଣ୍ଡା, ଡଃ ଶାନ୍ତିଲତା ବେହେରା, ଡଃ ଶିବାନୀ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଆତ୍ମ ସୁରକ୍ଷା କୌଶଳ ତାଲିମ ର ମହତ୍ୱ ଏବଂ ବର୍ତ୍ତମାନ ସମୟରେ ଏହାର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ ।


