କୁନିଝିଅର ବଡ଼ ସହାୟତା କରୋନା ପାଇଁ

ଯାଜପୁର,(ଓ୍ବାଇଏନ୍ଏସ୍):କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବିଭିନ୍ନ ଉପାୟରେ ଲୋକ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ନିଜର ଅବଦାନ ପାଇଁ ଚେଷ୍ଟିତ ଅଛନ୍ତି । ପୂର୍ବରୁ ନିଜର ସଂଚୟ ବାକ୍ସ ଭାଙ୍ଗି ଅନେକ ପିଲା କରୋନା ସହାୟତା ପାଇଁ ଅର୍ଥଦାନ କରିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ହସ୍ତରେ ଯାଜପୁର ରୋଡ଼ କହ୍ନେଇପୁରର କୁନିଝିଅ ସାଇତ୍ରୀଷ୍ଣା ସାହାଣୀ ନିଜର ସଂଚୟ ବାକ୍ସ ଭାଙ୍ଗି ୨୪ଶହ ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଭଳି ସାଧୁ ଉଦ୍ୟମ ପାଇଁ ଜିଲ୍ଲାପାଳ ସାଇତ୍ରୀଷ୍ଣାକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ବ୍ୟାସନଗର ପୌର ପରିଷଦ ଠାରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ଓ ସାଇତ୍ରୀଷ୍ଣାଙ୍କ ପିତା ମାତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ