୫୩ ଦେଶରେ ୩୩୩୬ ଭାରତୀୟ କରୋନା ସଂକ୍ରମିତ, ୨୫ ମୃତ୍ୟୁ
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ୫୩ଟି ଦେଶରେ ମୋଟ୍ ୩୩୩୬ ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ ୨୫ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବଦେଶ ଅଣାଯାଉନାହିଁ । ସେହିପରି ଭାରତରେ ୫୫ଟି ଦେଶରେ ବାଣିଜ୍ୟିକ ଆଧାରରେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲରୋକୁଇନ୍ ଯୋଗାଇ ଦେବାର ନିଷ୍ପତ୍ତି ନେଇଛି । ସେହିପରି ବିଦେଶରୁ ମେଡ଼ିକାଲ ଉପକରଣ ମଗାଇଛି । ଭାରତ ଦକ୍ଷିଣ କୋରିଆ ଓ ଚୀନ୍ରୁ କୋଭିଡ-୧୯ ଯାଞ୍ଚ କିଟ୍ ଆଣିଥିବାବେଳେ କରୋନା ମହାମାରୀ ସହ ଲଢେଇବ ପାଇଁ ଅନ୍ୟାନ୍ୟ ମେଡିକାଲ ଉପକରଣ ଜର୍ମାନୀ, ଆମେରିକା, ବ୍ରିଟେନ୍, ମାଲେସିଆ, ଜାପାନ ଓ ଫ୍ରାନ୍ସଆଦି ଦେଶରୁ ଆଣିବା ନେଇ ବିଚାର କରୁଛି । ବିଶ୍ବରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ବରେ ୨୧ ଲକ୍ଷ ଅଧିକରୁ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧.୪୫ ଲକ୍ଷରୁ ଉର୍ଦ୍ଧ୍ବ ରହିଛି । ସେହିପରି ୫ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି । ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିଛି । ଭାରତରେ ୧୩ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ ୪୩୭ ଜଣଙ୍କ ମୃତ୍ୟୁ ହୋଇଛି ।


