କୁମାର ଉତ୍ସବ ଫୁଲ ବଉଳବେଣୀ ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ର ଅଗ୍ରଣୀ ଶିଶୁ ବିକାଶ ଅନୁଷ୍ଠାନ ଲିଟିଲଷ୍ଟାର ଗ୍ରୁପ ପକ୍ଷରୁ ୨୧ତମ କୁମାର ଉତ୍ସବ ଫୁଲ ବଉଳବେଣୀ ସ୍ଥାନୀୟ ଦୂର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଂପାଦକ ସୁମନ୍ତ ମହାରଣା ଙ୍କ ସଭାପତିତ୍ଵ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ତଥା ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ,ପୂର୍ବତନ ପୋଲିସ ଆଇ ଜି ତଥା ଦୈନିକ ଦିନଲିପି ର ସଂପାଦକ ବଟକୃଷ୍ଣ ତ୍ରିପାଠୀ, ପାରାଦୀପ ଫସଫେଟ ର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୁଧୀର ରଞ୍ଜନ ମିଶ୍ର, ନିମାପଡା ଏନ୍ ଏ ସି ର ଉପ ନଗର ପାଳ ସନ୍ତୋଷ ଦାଶ ପ୍ରମୁଖ ଯୋଗ ଦେଇ ଲିଟଲଷ୍ଟାର ଗ୍ରୁପ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଏହି ଅବସର ରେ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଲେଙ୍କା, ଚିତ୍ରଶିଳ୍ପୀ ଶ୍ରୀ ସାହାଣୀ, ଧୁଡୁକି ଗାୟକ ପ୍ରଫୁଲ୍ଲ ବେହେରା ପ୍ରମୁଖ ଙ୍କୁ ମାନପତ୍ର, ଉତ୍ତରୀୟ ପ୍ରଦାନ କରାଯାଇ ସମ୍ନାନିତ କରାଯାଇଥିଲା। ପରେ ନୟାଗଡ଼ ରଣପୁର ଅଞ୍ଚଳ ର ବାବା କମଳେଶ୍ୱର ନବରଙ୍ଗ ଦଳ ପକ୍ଷରୁ ରେକର୍ଡ ଡ୍ୟାନ୍ସ , ଆଧୁନିକ ନୃତ୍ୟ, ଦେଶାତ୍ମବୋଧ ସଙ୍ଗୀତ ଓ ପୌରାଣିକ ନାଟକ ପରିବେଷଣ କରାଯିବାସହିତ ଧୁଡ଼ୁକି ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଅଧ୍ୟାପକ ସୁବ୍ରତ ମହାନ୍ତି, ଡଃ . ରବୀନ୍ଦ୍ର ନାଥ ପାଢ଼ୀ, ଅଜୟ ମିଶ୍ର, ନିର୍ମଳ ମିଶ୍ର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବାବା କମଳେଶ୍ୱର ନବରଙ୍ଗ ଦଳ ର କଳାକାର ମାନଙ୍କୁ ମାନପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା।


