କୁରାଢ଼ିଘସା ନିକଟରୁ ଗାଡଭାଲୁ ଉଦ୍ଧାର

ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତର କୁରାଢ଼ିଘସା ନିକଟରୁ ଏକ ଗାଡ ଭାଲୁକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସକାଳେ କୁରାଢ଼ିଘସା ଗ୍ରାମର ଲିପୁନା ନାୟକ, ସୁଧାଶୁଂ ଦାଶ ଗୋବର୍ଦ୍ଧନ ପାହାଡ ନିକଟସ୍ଥ ବିଲ ଆଡକୁ ଯାଇଥିବା ବେଳେ ହଠାତ ଏକ ଗାଡ ଭାଲୁ ହାବୁଡରେ ପଡିଥିଲେ । ସେମାନଙ୍କ ପାଟିଶୁଣି ରାଜୁ ବେହେରା, ବିଶ୍ୱଜିତ ବେହେରା, ପପୁ ବେହେରା, ଦିଲ୍ଲିପ ବେହେରା, ପ୍ରକାଶ ବେହେରା, ବୁଦ୍ଧିଆ ବେହେରା, ତପନ ବେହେରା ପ୍ରମୁଖ ପହଞ୍ଚି ଭାଲୁଟିକୁ କାବୁ କରିବା ସହିତ ବନ ବିଭାଗକୁ ଖବର ଦେବାପରେ ଫରେଷ୍ଟର କେଦାର ପାତ୍ରଙ୍କ ନେତୃତ୍ୱରେ ବନବିଭାଗର କର୍ମଚାରୀ ମାନେ ପହଞ୍ଚି ଗାଡଭାଲୁ ଟିକୁ ଉଦ୍ଧାର କରି ହଦଗଡ ଜଂଗଲକୁ ନେଇଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ