ନାଉଗାଁ ବ୍ଳକ କଣିପଡା ପଲିଟେକନିକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୫ କରୋନା ପଜିଟିଭ ଚିହ୍ନଟ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତସ୍ଥିତ କଣିପଡା ପଲିଟେକନିକ କଲେଜର (ନୋଡାଲ )ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ସୋମବାର ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ନାଉଗାଁ ବ୍ଲକରେ ୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଉକ୍ତ ୫ ଜଣଙ୍କୁ ମିଶାଇ ବ୍ଳକର କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯ରେ ପହଂଚିଛି । ସେଥିମଧ୍ୟରୁ ୫ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତମାନ ୨୪ ଜଣ ଚିକିତ୍ସିତ ହେଉଛନ୍ତି । ବାହାରି ଥିବା ୫ ଜଣ କରୋନା ପଜିଟିଭ ମଧ୍ୟରୁ ଗଳଦାରୀ ପଂଚାୟତର ୩, ନୂଆଗାଁ ପଂଚାୟତର ୧ ଓ ଜାମୁଗାଁ ପଂଚାୟତର ୧ଜଣ ଥିବା ଜଣାଯାଇଛି । ସେଥି ମଧ୍ୟରୁ ତାମିଲନାଡୁର ଜଣେ ଆସିଥିବା ବେଳେ ୪ ଜଣ ପଶ୍ଚିମବଙ୍ଗରୁ ଫେରନ୍ତା ବୋଲି ଜଣାଯାଇଛି । ଏମାନଙ୍କର ବୟସ ଯଥାକ୍ରମେ ୩୩,୩୪, ୪୦,୪୦ ଓ ୪୨ ବୋଲି ଜଣାଯାଇଛି । ଉକ୍ତ କରୋନା ସଂକ୍ରମିତମାନେ ୧୬ ତାରିଖରୁ ଆସି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଥିଲେ । ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ୨୧ ତାରିଖରେ ୪୩ ଜଣଙ୍କର ସ୍ୱାବ ସଂଗ୍ରହ କରଯାଇଥିଲା । ସେଥିମଧ୍ୟରୁ ୫ଜଣଙ୍କର କରୋନା ପଜିଟିଭ ଆସିଥିବା ବେଳେ ଅନ୍ୟମାନଙ୍କର ନଗେଟିଭ ଆସିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଯେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ମୋଟ ୧୧୮ଜଣ ଅନ୍ତେବାସୀ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୭୫ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ଦ୍ୱିତୀୟ ପର୍ଯ୍ୟାୟରେ ଚିହ୍ନଟ ୫ଜଣଙ୍କର ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରସ୍ଥିତ କିମସ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାଯାଇଛି । ଏହି ବ୍ଳକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଯେହେତୁ ସେମାନେ ପ୍ରଥମରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଛନ୍ତି । ତେଣୁ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାର ସମ୍ଭାବନା ନଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ସଂକ୍ରମଣଙ୍କ ରିପୋର୍ଟ ଆସିବା ପରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ନିକଟରେ ବିଡିଓ ରଶ୍ମିରେଖା ମଲ୍ଲିକ, ତହସିଲଦାର ଜେ. କଳ୍ପନା, ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ, ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି ଆଦି ଉପସ୍ଥିତ ରହି ଆକ୍ରନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସିପିଟାଲକୁ ପଠାଇଥିବା ଦେଖାଯାଇଛି । ଏହାପରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଅଗ୍ନିଶମ ବିଭାଗ ପକ୍ଷରୁ ପରିସରକୁ ସାନିଟାଇଜ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ